ଓଡିଶା ଖବର
କୁଚିଣ୍ଡା ଶ୍ରମିକ ଭବନ ରେ ସ୍ବାଧିନତା ଦିବସ ଉପଲକ୍ଷେ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କୁଚିଣ୍ଡା(AKN NEWS):ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ସ୍ଥିତ ଶ୍ରମିକ ଭବନ ପରିସରରେ ଦେଶ ର ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି ।ଏହି ଅବସରରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ଏକ ବାସ୍ତବ ଧର୍ମି ଧର୍ମ ନିରପେକ୍ଷ ଓ ସମତା ଯୁକ୍ତ ରାଷ୍ଟ୍ର ଗଠନ ପାଇଁ ଆହ୍ବାନ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ ଓ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ମୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସମତା ଯୁକ୍ତ ଭାରତ ସମ୍ପର୍କରେ ଆଲୋଚନା କରିଥିଲେ କାର୍ଯ୍ୟକ୍ରମକୁ କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ମହମ୍ମଦ ମୁର୍ତୁଜ୍ଜା ସଂଯୋଜନା କରିଥିଲେ ।
ଏହା ପରେ ଅତିଥି ଗଣଙ୍କ ସହ ଉପଥିତ ବୁଦ୍ଧିଜୀବୀ o ଶ୍ରମିକ ନେତା ଗଣ ଶ୍ରମିକ ଭବନ ପରିସରରେ ବୃକ୍ଷ ରୋପଣ କରିଥିଲେ ।ଏହାକୁ ସଂଘ ର ଡିଭିଜନ ସମ୍ପାଦକକୀର୍ତ୍ତନ ସେନାପତି ପରିଚାଳନା କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


