ଓଡିଶା ଖବର

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କ୍ରୀଡା ସଂଘର ସାଧାରଣ ସଭା 

ନବରଙ୍ଗପୁର(AKN NEWS):ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡା ସଂଘର ସଭାପତି ଡକ୍ଟର ମହେଶ୍ୱର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସର ସ୍ଥିତ ସମ୍ମିଳନୀ କକ୍ଷରେ, ଜିଲ୍ଲା କ୍ରୀଡା ସଂଘର ଏକ ସାଧାରଣ ସଭାର ଆହୋଜନ କରାଯାଇଥିଲା। ଉକ୍ତ ସଭାରେ ସଭାପତି ଭାବରେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଯୋଗ ଦେଇ ଜିଲ୍ଲାର କ୍ରୀଡାର ଉନ୍ନତି ନିମନ୍ତେ ସଂଘର ସମସ୍ତ ସଦସ୍ୟ ସମେତ ଜିଲ୍ଲାର ପ୍ରାକ୍ତନ କ୍ରୀଡାବିତ୍ ମାନଙ୍କର ସହଯୋଗ ଲଢିଥିଲେ। ସେହିପରି ଜିଲ୍ଲାପାଳ ଡକ୍ଟର ସ୍ୱାଇଁ ଜିଲ୍ଲାରେ ଅବସ୍ଥିତ ସମସ୍ତ ମିନି ଷ୍ଟାଡିୟମ ଏବଂ ଜିଲ୍ଲା ସଦର ମହକୁମା ଏବଂ ଉମରକୋଟ ସ୍ଥିତ ଇଣ୍ଡୋର୍ ଷ୍ଟାଡିୟମ ପରିଦର୍ଶନ କରି ସମସ୍ତ ଅସୁବିଧା ଦୂର କରିବା ସହ ଭାମିନୀ ଏବଂ ରାଇଘର ଠାରେ ଥିବା ଷ୍ଟାଡିୟମ ଉନ୍ନତି କରଣ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସଭାରେ ସୂଚନା ଦେଇଥିଲେ। ସଂଘର ଉପ ସଭାପତି ଏମ ବାଳକୃଷ୍ଣ ରାଓ ବାର୍ଷିକ ବିବରଣୀ ସୂଚନା ଦେଇଥିବା ସହ ସରକାରଙ୍କ ଠାରୁ ସଂଘ ପାଇଥିବା ସମସ୍ତ ଅନୁଦାନର ଖର୍ଚ୍ଚର ବିବରଣୀ ମଧ୍ୟ ପ୍ରଦାନ କରିଥିଲେ। ଗଞ୍ଜାମ ଠାରେ ସଦ୍ୟ ସମାପ୍ତ ହୋଇଥିବା ୧୪ ବର୍ଷରୁ କମ୍ ଫୁଟବଲ୍ ଖେଳରେ ନବରଙ୍ଗପୁର ଦଳ ଜୋନାଲ ଚମ୍ପିୟାନ ହୋଇଥିଲା ଉକ୍ତ ଖେଳରେ ଭାଗ ନେଇଥିବା ଖେଳାଳୀ ମାନଙ୍କୁ ସଭାରେ ଅତିଥିଙ୍କ ଦ୍ଵାରା ୫୦୦୦୦ ରାଶି ବଣ୍ଟନ କରାଯାଇଥିଲା। ସଭାର ପ୍ରାରମ୍ଭରେ ସଂଘର ମହିଳା ସଂଯୋଜିକା ଈଂ. ଚନ୍ଦନା ମଲ୍ଲିକ ଫୁଲତୋଡ଼ା ଦେଇ ଅତିଥି ମାନଙ୍କ ସ୍ଵାଗତ କରିଥବା ବେଳେ ସଭା ଶେଷରେ ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ସମସ୍ତଙ୍କ ସଭ୍ୟଙ୍କ ସାହାଯ୍ୟ ସହଯୋଗ କାମନା କରି ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସଂଘର ଅନ୍ୟତମ ସଦସ୍ୟ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ସମୀର ପାତ୍ର ସମେତ କ୍ରୀଡା ସଂଘର ଅନ୍ୟତମ ଉପ ସଭାପତି ତାରିକ ହାସନ, ସହ ସମ୍ପାଦକ ଖାଲିଦ ଜିଲାନି, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ଇଣ୍ଡୋର ସମ୍ପାଦକ କୃଷ୍ଣ ପ୍ରସାଦ ପଟ୍ଟନାୟକ, ଭଲିବଲ ସମ୍ପାଦକ ଜି. ଅନନ୍ତ ମୂର୍ତ୍ତି, , ଏଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା , ହକି ସମ୍ପାଦକ ଦୁର୍ଗା ମଲ୍ଲିକ ସମେତ ସଭ୍ୟ ରାକେଶ ଗୁପ୍ତା, ଶଶାଙ୍କ ଶେଖର ବେହେରା, ଦୂର୍ଯୋ ହରିଜନ ସମେତ ଜିଲ୍ଲାର ସମସ୍ତ ବ୍ଲକର ସଦସ୍ୟ ଉପସ୍ଥିତ ଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!