ଓଡିଶା ଖବର

୬୯ତମ ରାଜ୍ୟସ୍ତରୀୟ ସ୍କୁଲ ଗେମ୍ସ ତାଇକଣ୍ଡୋ ନବରଙ୍ଗପୁର ଖେଳାଳିଙ୍କ ର ଦୁଇଟି ପଦକ ହାସଲ।

ନବରଙ୍ଗପୁର (AKN NEWS):କେନ୍ଦୁଝରଠାରେ ୧୦ରୁ ୧୨ ସେପ୍ଟେମ୍ବର ୨୦୨୫ପର୍ଯ୍ୟନ୍ତ ଆୟୋଜିତ ୬୯ତମ ରାଜ୍ୟସ୍ତରୀୟ ସ୍କୁଲ ଗେମ୍ସ ତାଇକଣ୍ଡୋ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏଥିରେ ଦୁଇଟି ପଦକ ଦଳ ହାସଲ କରିଛି। ପ୍ରଥମ ଦିନ ଉତ୍କଳ ବାଳିକା ଆଶ୍ରମ, ମାଝିଗୁଡାର ଛାତ୍ରୀ ପୁଜା ବନଜାରା ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ଜବାଗୁଡା ସ୍କୁଲରେ ପଢ଼ୁଛନ୍ତି। ଦ୍ୱିତୀୟ ଦିନରେ ଆକାଶ ପଣ୍ଡା, ଉତ୍କଳ ବାଳକ ସିନ୍ଦିଗୁଡା ସ୍କୁଲର ଛାତ୍ର, ରୌପ୍ୟ ପଦକ ହାସଲ କରିଥିଲେ।ଦଳରେ ଅନ୍ୟାନ୍ୟ ଖେଳାଳିମାନେ – ହିମାଂଶୁ ପଟ୍ଟନାୟକ, ଶିବଶଙ୍କର କଲାର, ବାପି ବିଶ୍ୱାସ, ଶୁଭମ୍ ପୁରୀ, ସାଗର ଭତରା, ଡିମ୍ପଲ ପାତ୍ର, ସନା ମୁଣ୍ଡା, ପ୍ରିୟ କଚିମ ଓ ଅର୍ଚ୍ଚନା ବିଷୟୀ – ଅଂଶଗ୍ରହଣ କରିଥିଲେ।ଦଳକୁ କୋଚ୍ ହରିଶ ବେହେରା ପ୍ରଶିକ୍ଷଣ ଦେଇଥିଲେ, ଯିଏ ଉତ୍କଳ ବାଳକ ଓ ବାଳିକା ଆଶ୍ରମର ପିଲାମାନଙ୍କୁ ତାଇକଣ୍ଡୋ, ପେଞ୍ଚାକ ସିଲାଟ, ବକ୍ସିଂ ସହିତ ବିଭିନ୍ନ ଖେଳରେ ପ୍ରସ୍ତୁତ କରୁଛନ୍ତି।ଏହି ଉପଲକ୍ଷେ ଜିଲ୍ଲାପାଳ ଡ଼କ୍ଟର ମହେଶ୍ୱର ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁରେଶ ପଟ୍ଟନାୟକ ଏବଂ ଆଶ୍ରମର କର୍ମଚାରୀ ଓ ସମସ୍ତ ଅଧିକାରୀମାନେ ଖେଳାଳିମାନଙ୍କୁ ଆଶୀର୍ବାଦ ଓ ଶୁଭେଚ୍ଛା ଜଣାଇଛନ୍ତି। ଦଳ ସହିତ ସୁଭବ୍ରତ ସାହୁ ଓ ବି. ରଜା କୁମାରୀ (ଖେଳ ଶିକ୍ଷକ-ଶିକ୍ଷୟିତ୍ରୀ) ଯାଇଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!