ଓଡିଶା ଖବର

7ମ ଶ୍ରେଣୀ ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର ଘଟଣାର ନୂଆ ମୋଡ଼, ଛାତ୍ରୀଙ୍କୁ ବହିଷ୍କାର ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ମାମଲା ପ୍ରତ୍ୟାହାର ଦାବି।

ପାପଡାହାଣ୍ଡି, (AKN NEWS):ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାନିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଉଲିଗୁଡା ରେ 7ମ ଶ୍ରେଣୀ ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର ଘଟଣାର ନୂଆ ମୋଡ଼, ଛାତ୍ରୀଙ୍କୁ ବହିଷ୍କାର ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ମାମଲା ପ୍ରତ୍ୟାହାର ଦାବି କରିଛନ୍ତି । ସୂଚନା ଅନୁଯାୟୀ ରାଉଲିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ 11 ତାରିଖ ଦିନ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ କୁ ମାସିକ ଋତୁ ହେବା ଯୋଗୁ ସେ ବିଦ୍ୟାଳୟ ଶିକ୍ଷୟତ୍ରୀ କୁ ଅବଗତ କରି ନିଜ ଘରକୁ ଚାଲିଯାଇଥିଲେ।ଛାତ୍ରୀ ଜଣକ ଘରକୁ ଯାଇ ଗାଁ ପୋଖରୀ କୁ ଶୌଚ କରିବାକୁ ଯାଇଥିଲ।ଥାନାରେ ଅଭିଯୋଗ ଅନୁଯାୟୀ ପୋଖରୀ ନିକଟରେ ଗ୍ରାମର ରୁପେନ୍ଦ୍ର ଯାନୀ ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ରେ ସପ୍ତମ ଶ୍ରେଣୀ ଛାତ୍ରୀ ର ବାମ ହାତ ଧରି ନିକଟରେ କାଜୁ ବାଡ଼ କୁ ନେବାକୁ ଉଦ୍ୟମ କରୁଥିଲା। ଦୁଇ ଜଣ ଛାତ୍ରୀ ଚିତ୍କାର କରିବା ପରେ ପାଖରେ ରହିଥିବା ମହିଳା ଜଣେ ଘାଟନସ୍ଥଳ ପହଞ୍ଚି ଛାତ୍ରୀ କୁ ଉଦ୍ଧାର କରିଥିଲ।ପରେ ଦୁଇ ଜଣ ଛାତ୍ରୀ ବିଦ୍ୟାଳୟ ପହଁଚି ଶିକ୍ଷୟତ୍ରୀ କୁ ଅବଗତ କରିଥିଲେ।ଛାତ୍ରୀ ର ସମ୍ପର୍କୀୟ 12 ତାରିଖ ରେ ବିଦ୍ୟଳୟ ପହଁଚି ମଦ୍ୟପ ବିରୁଦ୍ଧରେ ଅଭିଯୋଗ କରିଥିଲେ।ପରେ ଗ୍ରାମବାସୀ କୁ ନେଇ ବିଦ୍ୟାଳୟ ପରିସର ରେ ଏକ ବୈଠକ କରାଯାଇଥିଲା।ରୁପେନ୍ଦ୍ର ଯାନୀ ମଧ୍ୟ ଉପସ୍ଥିତ ରହିଥିଲେ।କୌଣସି ନିଷ୍ପତି ନହେବାରୁ ଛାତ୍ରୀ ଙ୍କ ସମ୍ପର୍କୀୟ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଏନେଇ ଡାବୁଗାଁ ଥାନା ରେ କେଶ 193/25 ରୁଜୁ କରାଯାଇଛି।ଆଜି ଗ୍ରାମର ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ବିଦ୍ୟାଳୟ ଠାରେ ପହଁଚି ସପ୍ତମ ଶ୍ରେଣୀ ଛାତ୍ରୀ ମିଥ୍ୟା ଅଭିଯୋଗ ଯୋଗୁ ଜଣେ ଯୁବକ ଅନ୍ୟାୟ ରେ ଜେଲ ଯିବ।ଏଥି ଯୋଗୁ ଛାତ୍ରୀ ଏଭଳି ବ୍ୟବହାର ଯୋଗୁ ଗ୍ରାମ ର ଅନ୍ୟ ଛାତ୍ରଛାତ୍ରୀ ଉପରେ ମଧ୍ୟ ମିଥ୍ୟା ଅଭିଯୋଗ ର ଭୟ ରହିଛି।ଏଣୁ ସପ୍ତମ ଶ୍ରେଣୀ ଛାତ୍ରୀ କୁ ତୁରନ୍ତ ବିଦ୍ୟାଳୟ ରୁ ବହିଷ୍କାର କରିବାକୁ ଦାବି କରିଥିଲେ ଓ କେଶ କୁ ପ୍ରତ୍ୟାହାର କରିବା ଦାବି ରେ ବିଦ୍ୟାଳୟ ରେ ତାଲା ଠୁଙ୍କିଛନ୍ତି ଗ୍ରାମବାସୀ।ଯେପର୍ଯ୍ୟନ୍ତ ଯୁବକୁ ନ୍ୟାୟ ମିଳିବ ନାହିଁ, ଛାତ୍ରୀ କୁ ବିଦ୍ୟାଳୟ ରୁ ବହିଷ୍କାର କରାଯିବ ନାହିଁ ସେ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ଗ୍ରାମବାସି କହିଛନ୍ତି। ତାଲା ଠୁଙ୍କିବା ପରେ ଚତୃଛାତ୍ରୀ ଘର କୁ ଫେରି ଯାଇଥିବ ବେଳେ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ଠାରେ ଉପସ୍ଥିତ ରହିଛନ୍ତି।ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ ସିଆରସୀ ଓ ଏବିଓ ଓ ବିଇଓ କୁ ସୂଚନା ଦେଇଛନ୍ତି।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!