ଓଡିଶା ଖବର

*ଜଟାବାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସାବ “ସୁରଭି-୨୦୨୫”କାର୍ଯ୍ୟକ୍ରମ ଅନୁଷ୍ଠିତ |*

ପାପଡାହାଣ୍ଡି(AKN NEWS):ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜଟାବାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ସିଆରସିସିଙ୍କ ତତ୍ୱ|ବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବାରିଗୁଡ଼ା କ୍ଳଷ୍ଟର ଅଧୀନରେ ଥିବା ୧୩ ଗୋଟି ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ବିତର୍କ ଚିତ୍ରକଳା, କୁଇଜ, ଶିଳ୍ପକଳା, ଗୀତ ଓ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ | କାର୍ଯ୍ୟକ୍ରମର ଶେଷରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମେ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରୀ ଯୁକ୍ତ ଜିଲ୍ଲା ପରିଷଦ ମୋତିରାମ ନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ସମ୍ମାନୀୟ ଅତିଥି ଶ୍ରୀ ଯୁକ୍ତ ବ୍ଲକ ଉପାଧ୍ୟାକ୍ଷା ସୁଶାନ୍ତ କୁମାର ବେହେରା, ସରପଞ୍ଚ ଶ୍ରୀମତି ମାଳତି ଭତ୍ରା, ସମିତି ସଭ୍ୟା ଶ୍ରୀମତି ବଇଦି ଭତ୍ରା, ଗ୍ରାମର ଭଦ୍ର ବ୍ୟକ୍ତି ଆୟୁବ ଖାନ୍,ବିଶ୍ୱନାଥ ଚେଠୀ,ଙ୍କ ସମେତ ୧୩ଗୋଟି ବିଦ୍ୟାଳୟର ଗାଇଡ଼ ଶିକ୍ଷକମାନେ ମଞ୍ଚାସିନ ରହିଥିଲେ | ଆଜିର ଏହି ସୁରଭି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଆଞ୍ଚଳିକ ଓ ପଶ୍ଚାତ୍ୟ ନୃତ୍ୟ ସବୁ ପ୍ରଦର୍ଶନ କରି ଅତିଥିମାନଙ୍କୁ ମନମୁଗ୍ଧ କରି ଦେଇଥିଲେ | ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିମନ୍ତ୍ରିତ ସମସ୍ତ ଅତିଥି ଓ ଅବିଭାକ ମାନଙ୍କୁ ଧନ୍ୟବାଦ ଜଣେଇ କାର୍ଯ୍ୟକ୍ରମ ସମାପ୍ତ କରିଥିଲେ ।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!