କୁଡୁମୁଲୁଗୁମ୍ମା କ୍ଲଷ୍ଟରସ୍ତରୀୟ ସୁରଭି – ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ।

(AKN NEWS): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା କ୍ଲଷ୍ଟର ଅଧିନସ୍ଥ ଗୁଣ୍ଡୁରିଗୁଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ସୁରଭି – ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁଡୁମୁଲୁଗୁମ୍ମା ସିଆରସିସି ଚିତ୍ତ ରଞ୍ଜନ ସେଠୀଙ୍କ ତତ୍ତବଧାନରେ ଅନୁଷ୍ଠିତ ହୋଇଥିବା ବେଳେ କୁଡୁମୁଲୁଗୁମ୍ମା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢ଼ି, ମୁଖ୍ୟ ବକ୍ତା ଭାବେ କୁଡୁମୁଲୁଗୁମ୍ମା ଡାରୱିନ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ନିରଞ୍ଜନ ସ୍ବାଇଁ, ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କୃତ ପ୍ରାପ୍ତ ଶିକ୍ଷକ ବସନ୍ତ ରଣା, ସମ୍ମାନିତ ଅତିଥି ଭାବେ ଖଇରପୁଟ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, କୁଡୁମୁଲୁଗୁମ୍ମା ଡାରୱିନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, କୁଡୁମୁଲୁଗୁମ୍ମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ବବିତା ରାଣୀ ସାହୁ, କୁଡୁମୁଲୁଗୁମ୍ମା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରମେଶ ଚନ୍ଦ୍ର ନେଲୁର, ଆବାହକ ଗୁଣ୍ଡୁରିଗୁଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ମହେଶ୍ୱର ସାହୁ ପ୍ରମୁଖ ଅତିଥି ଭାବେ ମଞ୍ଚରେ ମଞ୍ଚାସିନ ଥିଲେ।
କାର୍ଯ୍ୟକ୍ରମରେ କ୍ଲଷ୍ଟରର ୨୨ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଶ୍ରୁତ ଲିଖନ, କୁଇଜ୍ , ବକ୍ତୃତା , ସଙ୍ଗୀତ, ଚିତ୍ରାଙ୍କନ ଓ ବିତର୍କ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅତିଥି ମାନଙ୍କ ଦ୍ବାରା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କୁ ମନୋବଳ ଦୃଢ଼ କରିବା , ଲୁକାଇତ ପ୍ରତିଭାକୁ ବିକାଶ କରିବା ସହ ସମସ୍ତଙ୍କ ସମ୍ମୁଖରେ ପ୍ରଦର୍ଶନ କରିବାର ସୁରଭି କାର୍ଯ୍ୟକ୍ରମ ସହାୟକ ହୋଇଥିବା ଅତିଥି ମାନେ ମତ ରଖିଥିଲେ।
ଉକ୍ତ କାର୍ଯ୍ୟକ୍ରମର ଆୟୋଜକ ଶିକ୍ଷକ ସୁଧାକର ନାୟକଙ୍କ ସହ କୁଡୁମୁଲୁଗୁମ୍ମା କ୍ଲଷ୍ଟରର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ତଥା ଗୁଣ୍ଡୁରିଗୁଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
Jyoti Ranjan Behera malkangiri district bureau chief AKN NEWS


