ଓଡିଶା ଖବର
ମହୁମାଛି ଆକ୍ରମଣରେ ଜଣେ ମହିଳା ଗୁରୁତର

କୁନ୍ଦୁରା: ୨୧/୧୦ (ଏ.କେ.ଏନ.) ମହୁମାଛି ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମହୁମାଛି ଆକ୍ରମଣରେ ଶିକାର ହୋଇଥିବା ମହିଳା ଜଣକ କୁନ୍ଦୁରା ବ୍ଲକ ଅଧିନସ୍ଥ ଘୁମର ପଞ୍ଚାୟତ ଅନ୍ତର୍ଗତ ପକନା ଗୁଡ଼ା ଗ୍ରାମର ଯମୁନା କୋମାର ବୟସ (୪୫) ବର୍ଷ ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ ପକନା ଗୁଡ଼ା ଗ୍ରାମର ଯମୁନା କୋମାର ଆଜି ସକାଳେ ପାଖ ଜଙ୍ଗଲ ଭିତରେ ଶୌଚ ହେବାପାଇଁ ଯାଇଥିବା ବେଳେ ମହୁମାଛି ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣ କରିବା ପରେ ପ୍ରାଣ ବିକଳରେ ଘରେ ଧାଇଁ ଆସିଥିଲେ । ଏହାଦେଖି ପରିବାର ଲୋକେ ତୁରନ୍ତ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନେଇ ଭର୍ତ୍ତି କରିଥିବା ଜଣା ପଡ଼ିଛି।
ବୈପାରିଗୁଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS


