ଓଡିଶା ଖବର

ସରକାର ଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କାହା ପାଇଁ?, ଉଦଘାଟନ ପୂର୍ଵରୁ ପାପଡାହାଣ୍ଡି ପେଟୁଗୁଡା ମେଘାପାନୀୟ ପ୍ରକଳ୍ପ ଟାଙ୍କିରେ ଫାଟ,

ନବରଙ୍ଗପୁର ୨୦/୧୧/୨୫ ( AKN NEWS ): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଂଚାୟତ ଅନ୍ତର୍ଗତ ପେଟୁଗୁଡା ଗ୍ରାମ ନିକଟରେ ନିର୍ମାଣଧୀନ ମେଘାପାନୀୟ ଜଳ ପ୍ରକଳ୍ପ ଉଦଘାଟନ ପୂର୍ବରୁ ପାଣି ଟାଙ୍କି ରେ ଫାଟ ସୃଷ୍ଟି ହେଲାଣି, ବର୍ତମାନ ଫାଟ ଗୁଡିକୁ ସିମେଣ୍ଟ ର ଲେପ ଦେଇ ବନ୍ଦ କରାଯାଉଥିବା ଦେଖିବାକୁ ମିଳିଛ। ଅଂଚଳ ର ଲୋକେ ଆଶା ରଖିଥିଲେ ଆଗକୁ ଖରା ଦିନ ଆସୁଛି ଏବଂ ଆଉ କିଛିଦିନ ପରେ ଘରେ ଘରେ ଆମକୁ ପାନୀୟ ଜଳ ମିଳିବ କିନ୍ତୁ ଲୋକଙ୍କ ଆଶା ମଉଳିବାକୁ ବସିଲାଣି। ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚରେ ଦୀର୍ଘ ବର୍ଷ ହେବ ଏହି ମେଘା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଧୀନ ରହିଥିବା ବେଳେ କେବେ ସରିବ କେହି କହିପାରୁ ନାହାନ୍ତି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି ପ୍ରକଳ୍ପ କାମକରୁଛନ୍ତି ଯାହାଦ୍ୱାରା ଅଂଚଳ ର ଲୋକଙ୍କୁ ସୁବିଧାରେ ଘରେ ଘରେ ପାନୀୟ ଜଳ ପହଂଚିବ କିନ୍ତୁ ବର୍ତ୍ତମାନ ଏହାର ସୁରକ୍ଷିତ ଭବିଷ୍ୟତ ଉପରେ ଏବେଠାରୁ ପ୍ରଶ୍ନବାଚି ସୃଷ୍ଟି କଲାଣି,ଏ ସମ୍ପର୍କରେ ପାପଡାହାଣ୍ଡି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ଜେଇ ପଣ୍ଡା ବାବୁଙ୍କୁ ପଚାରି ବାରୁ ଯିଏ କାମକରୁଛି ସେ ୫ ବର୍ଷ ମେଣ୍ଟାନେସ କରିବ ବୋଲି ପ୍ରକାଶ କରିଥିଲେ । ଯଦି ଏହିପରି ଭାବେ ମେଘା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିବ ତେବେ ଆହୁରି କେତେ ବର୍ଷ ପରେ ଆମକୁ ଘରେ ଘରେ ପାନୀୟ ଜଳ ମିଳିବ ବୋଲି ପ୍ରଶାସନକୁ ଅଂଚଳ ବାସି ପ୍ରଶ୍ନ କରିଛନ୍ତି?, ଜିଲ୍ଲା ପ୍ରଶାସନ ତୁରନ୍ତ କାର୍ଯ୍ୟର ତଦନ୍ତ କରି କିପରି ଉଚ୍ଚ ମାନର କାର୍ଯ୍ୟ ହୋଇ ଶୀଘ୍ର ଗ୍ରାମର ଘରେ ଘରେ ଲୋକଙ୍କୁ ପାନୀୟ ଜଳ ମିଳିବ ତାହାର ବ୍ୟବସ୍ଥା କରିବାକୁ ଅଂଚଳ ବାସୀଙ୍କ ତରଫରୁ ଦାବି ଉଠିଛି l

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!