ଅନନ୍ୟ

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ।

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ।
ପୁରୀ,(AKN NEWS) ୩/୧୧: ନିର୍ବାଚନ ଆୟୋଗ ଙ୍କ ନିର୍ଦ୍ଦେଶ କ୍ରମେ ୨୦୨୪ ବର୍ଷ ପାଇଁ ନୂତନ ଓ ତୃଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖ ଠାରୁ ଆରମ୍ଭ ହୋଇ ଥିବା ଏହି ସଂଶୋଧନ କାର୍ଯ୍ୟ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି।ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ନୂତନ ଭୋଟର ତାଲିକା ପ୍ରସ୍ତୁତି ପ୍ରକିୟା ସମ୍ପର୍କରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଭୋଟର ବିଶେଷ କରି ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ପଞିକରଣ ପାଇଁ ୧.୧.୨୦୨୪କୁ ଯେଉଁ ମାନଙ୍କୁ ୧୮ବର୍ଷ ବା ତଦୁର୍ଦ୍ଧ ହେଉଛି ସେମାନ ଙ୍କୁ ବ୍ୟାପକ ସଚେତନ କରାଯିବ। ଗୋଟିଏ ବର୍ଷ ରେ ୪ ଥର ଅର୍ଥାତ ଜାନୁଆରୀ ୧,ଅପ୍ରେଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖକୁ ଯୋଗ୍ୟତା ସୂଚକ ତାରିଖ ଧରାଯାଇ ନୂତନ ଭୋଟର ମାନେ ଭୋଟର ତାଲିକାରେ ନାମ ଅନ୍ତଭୁକ୍ତ କରିବା ପାଇଁ ୬ ନମ୍ବର ଫର୍ମରେ ଆବେଦନ କରିପାରିବେ ବୋଲି ସେ କହିଥିଲେ । ଉପଜିଲ୍ଲାପାଳ ଭବତାରଣ ସାହୁ ବିସ୍ତୃତ ସୂଚନା ଦେଇ ଭୋଟର ତାଲିକାରେ ନାମ ପଞିକରଣ ପାଇଁ ଆଶାୟୀ ଭୋଟର ମାନେ ଗୁଗୁଲ ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପ ଲାଇନ ଆପ୍ ଡାଉନଲୋଡ଼ କରି ନିଜେ ଆବେଦନ କରିପାରିବେ।ପ୍ରବାସୀ ଭାରତୀୟ ଭାବେ ନାମ ପଞିକରଣ ପାଇଁ ଫର୍ମ ୬ କ ,ଭୋଟର ତାଲିକା ସହ ଆଧାର ସଂଯୋଗ ପାଇଁ ଫର୍ମ ନଂ ୬ ଖ,ନାମ ବାଦ ଦେବା ପାଇଁ ଫର୍ମ ନଂ ୭ ଓ ଭୋଟର ତାଲିକାରେ ତୃଟି ସଂଶୋଧନ ପାଇଁ ଫର୍ମ ନଂ ୮ କୁ ଉପଯୋଗ କରିପାରିବେ। ଚଳିତ ମାସ ୫ ,୧୧ ୧୯ ଏବଂ ୨୫ ତାରିଖ କୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ଏହି ଦିନ ରେ ସମସ୍ତ ବୁଥରେ ବୁଥ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଭୋଟର ମାନଙ୍କୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ରେ ସହଯୋଗ କରିବେ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ। ବର୍ତ୍ତମାନ ଜିଲ୍ଲା ର ୧୫୯୮ ବୁଥ ରେ ୧୩୬୩୭୮୧ ଭୋଟର ରହିଛନ୍ତି। ଏଥିରେ ୭୦୫୦୯୨ ପୁରୁଷ ଭୋଟର,୬୫୮୬୧୧ ମହିଳା ଭୋଟର ଓ ୭୮ ଜଣ ଅନ୍ୟାନ୍ୟ ଭୋଟର ଅଛନ୍ତି। ରାଜନୈତିକ ଦଳର ପ୍ରତିନିଧିମାନେ ନୂତନ ଭୋଟର ମାନଙ୍କୁ ସଚେତନ ଓ ନାମ ଅନ୍ତର୍ଭୁକ୍ତ ପାଇଁ ଉତ୍ସାହିତ କରିବାକୁ ସେ ଅନୁରୋଧ କରିଥିଲେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ରାକେଶ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ନିର୍ବାଚନ କାର୍ଯ୍ୟାଳୟ ର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ A

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!