ଓଡିଶା ଖବର

ବଲାଙ୍ଗିର ରୁ ନୁଆପଡା ପର୍ଯ୍ୟନ୍ତ ଏକ ନୂତନ ରେଳ ଲାଇନ ନିର୍ମାଣ ପାଇଁ ଦାବି |

ବଲାଙ୍ଗିର ରୁ ନୁଆପଡା ପର୍ଯ୍ୟନ୍ତ ଏକ ନୂତନ ରେଳ ଲାଇନ ନିର୍ମାଣ ପାଇଁ ଦାବି |
ନୂଆଦିଲ୍ଲୀ / ଭୁବନେଶ୍ୱର:
ଟ୍ରେନ ରେ ଜନସାଧାରଣ ଙ୍କ ଯାତାୟତ ସୁବିଧା ସକାଶେ ବଲାଙ୍ଗିର ରୁ ନୂଆପଡା ପର୍ଯ୍ୟନ୍ତ ନୂତନ ରେଳ ପଥ ନିର୍ମାଣ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରେଲୱେ ମନ୍ତ୍ରୀ ଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି l ପ୍ରସ୍ତାବିତ ବଲାଙ୍ଗିର ନୂଆପଡା ଭାୟା ଡୁଡୁକାଶିରl- ଭଇଁସl-ଚୂଡ଼ାପାଲି -ପାଟଣାଗଡ -ଗମ୍ଭାରୀ -ଖାପ୍ରାଖୋଲ-ଲଖନା ନୁଆଁ ରେଲୱେ ଲାଇନ ନିର୍ମାଣକୁ ତ୍ୱରାନ୍ୱିତ କରିବା ପାଇଁ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାଂସଦ ଶ୍ରୀ ବିଶି ଅନୁରୋଧ କରିଛନ୍ତି। ଓଡିଶାର ସାଂସ୍କୃତିକ ତଥା ସାମାଜିକ-ଅର୍ଥନୈତିକ ବିକାଶ ଏହି ଭିତ୍ତିଭୂମି ପ୍ରକଳ୍ପର ଗୁରୁତ୍ୱ ଉପରେ ସାଂସଦ ଶ୍ରୀ ବିଶି ଗୁରୁତ୍ୱାରୋପ କରିଛନ୍ତି ।
ଉକ୍ତ ପତ୍ରରେ ସାଂସଦ ଶ୍ରୀ ବିଶି ଦର୍ଶାଇଛନ୍ତି ଯେ ୧00 କିଲୋମିଟର ଲମ୍ବା ନୂଆ ରେଲୱେ ଲାଇନ ର ସର୍ଭେ କାର୍ଯ୍ୟ ସକାଶେ ଓଡିଶା ପୂର୍ବ ତଟ ରେଳୱେ ନିର୍ଦ୍ଦେଶକଙ୍କ ଠାରୁ ଚାରି କୋଟି ୩୫ ଲକ୍ଷ ମଞ୍ଜୁର ହୋଇ ଡୁଡୁକାଶିରା – ଚୁଡାପାଲି, ଭଇଂସା , ପାଟଣାଗଡ -, ଗମ୍ଭାରୀ -ଖପ୍ରାଖୋଲ – ଏବଂ ଲଖନା ଦେଇ ବଲାଙ୍ଗିର -ନୁଆପଡ଼ା କୁ ଅନ୍ତର୍ଭୁକ୍ତ କରୁଥିବା ରେଳ ଲାଇନ ପାଇଁ ଚୂଡ଼ାନ୍ତ ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବିଷୟରେ ଆଲୋକପାତ କରିଛନ୍ତି।
ଏହି ନୂତନ ରେଳ ଲାଇନ ପର୍ଯ୍ୟଟକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ହରିଶଙ୍କର ମନ୍ଦିର ତଥା ଜୈବ ବିବିଧତା ହେରିଟେଜ୍ ସାଇଟ୍ ଗନ୍ଧମର୍ଦ୍ଧନ ପର୍ବତ ଗିରି ପରି ସାଂସ୍କୃତିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ରହିଛି । ଓଡିଶା ଏବଂ ପଶ୍ଚିମ ଓଡିଶାର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ରେଲୱେ ଲାଇନ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସର୍ବୋପରି, ସାଂସଦ ଶ୍ରୀ ବିଶି ଏହି ନୁଆଁ ରେଳ ପଥ ର ବ୍ୟବସାୟିକ ଲାଭ ଉପରେ ଆଲୋକପାତ କରି ପୂର୍ବ ତଟ ରେଳବାଇ ଏବଂ ଭାରତ ସରକାରଙ୍କ ପାଇଁ ଏହାର ଉପକାର ଆଣିବ ବୋଲି ଦର୍ଶାଇଛନ୍ତି।
ଓଡ଼ିଶା ଏବଂ ଛତିଶଗଡ ରାଜ୍ୟ ଉପରେ ଏହାର ମହତ୍ବପୂର୍ଣ୍ଣ ପ୍ରଭାବ ରହିବା ସହିତ ବଲାଙ୍ଗିର-ନୁଆପଡା ନୂତନ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ଙ୍କ ସଞ୍ଚlର, ରେଲୱେ, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ବୈଷ୍ଣବ ଙ୍କୁ ରାଜ୍ୟସଭା ସାଂସଦ ଶ୍ରୀ ବିଶି ଅନୁରୋଧ କରିଛନ୍ତି l

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!