କଳାହାଣ୍ଡି କୁଲତା ସମାଜର କୁଲତା ଭବନ ନିର୍ମାଣ ପାଇଁ ଭୂମିପୂଜନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି ,(AKN NEWS):ରବିବାର ଦିନ ଭବାନିପାଟଣା (କେସିଙ୍ଗା ଯିବା ରାସ୍ତା ପ୍ରଗତି କଲେଜ ସାମନା) ଠାରେ କଳାହାଣ୍ଡି କୁଲତା ସମାଜର କୁଲତା ଭବନ ନିର୍ମାଣ ପାଇଁ ଭୂମିପୂଜନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସାରିଛି। ଉକ୍ତ ଉତ୍ସବରେ ପୂଜା କର୍ତ୍ତା ଭାବେ କଳାହାଣ୍ଡି କୁଲତା ସମାଜ ଜିଲ୍ଲା ସଭାପତି ଶ୍ରୀ କେଶବ ଚନ୍ଦ୍ର ଭୋଇ ସସ୍ତ୍ରିକ କାର୍ଯ୍ୟ ସମ୍ପାଦନ କରିଥିଲେ।
ଭୂମିପୂଜନ ପରେ ଆୟୋଜିତ ସଭାରେ ଜିଲ୍ଲା ସଭାପତି ଶ୍ରୀ କେଶବ ଚନ୍ଦ୍ର ଭୋଇ, ସମ୍ପାଦକ ଶ୍ରୀ ବିଜୟ କୁମାର ଭୋଇ ଙ୍କ ସହ ଜିଲ୍ଲା କମିଟି ଓ ଆଞ୍ଚଳିକ କମିଟି ସମୂହ କର୍ମକର୍ତ୍ତା, ଉପଦେଷ୍ଟା ମଣ୍ଡଳୀ, ଜିଲ୍ଲାର କୁଲତା ଜାତି ବିଶା ଶହେ ବର୍ଗ ତଥା ଭବାନିପାଟଣା ସହରରେ ବସବାସ କରୁଥିବା କୁଲତା ଭାଇ ଭଉଣୀ ଯୋଗ ଦେଇ ଭବନ ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ। କୁଲତା କୁଳର ଇଷ୍ଟଦେବୀ ମାଁ ରାମଚଣ୍ଡୀ ଙ୍କ କୃପାରୁ ଭବାନିପାଟଣା ସହର ଠାରେ ଖୁବ୍ ଶୀଘ୍ର ଏକ ଭବନ ନିର୍ମାଣ ହେବାର ଆଶା ରଖାଯାଇଛି ।
ଭବନ ନିର୍ମାଣ ହେବା ଫଳରେ ଅନେକ କୁଲତା ଭାଈ ଓ ଭଉଣୀ ଉପକୃତ ହେବା ଆଶା ନେଇ ଅନେକ ଜାତି ବନ୍ଧୁ ସହାୟତାର ହାତ ବଢେ଼ଇବା ଓ ଉଭୟ ଜିଲ୍ଲା ତଥା ଆଞ୍ଚଳିକ କମିଟି ସମୂହର ଭବ୍ୟ ଭବନ ନିର୍ମାଣର ପ୍ରତିଶ୍ରୁତି କୁଲତା ସମାଜ କଳାହାଣ୍ଡିର ଲୋକଙ୍କ ମନରେ ଅନେକ ଆନନ୍ଦ ଭରିଦେଇଛି। କାର୍ଯ୍ୟକ୍ରମ ଟିକୁ ସଂଗଠକ ସମ୍ପାଦକ ଶରତ ଚନ୍ଦ୍ର ଭୋଇ ସୁଚାରୁରୂପେ ପରିଚାଳନା କରିଥଲେ।
ବ୍ୟୁରୋ ରିପୋର୍ଟ AKN NEWS


