ସରକାରୀ ଉଚ୍ଚ ବିଦ୍ୟାଳୟ, ଶଗଡ଼ାର ବାର୍ଷିକ ଉତ୍ସବ-୨୦୨୪ ଅନୁଷ୍ଠିତ

ଭବାନୀପାଟଣା (AKN NEWS): ସରକାରୀ ଉଚ୍ଚ ବିଦ୍ୟାଳୟ, ଶଗଡ଼ାର ବାର୍ଷିକ ଉତ୍ସବ -୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ବରିଷ୍ଠ ଶିକ୍ଷାବିତ୍ ତଥା ପୂର୍ବତନ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, କଳାହାଣ୍ଡି ମହେନ୍ଦ୍ର କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ କବି ସକିତ ରତେ, ସମାଜସେବୀ ବନୋଜ ବିଶି । ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ଖ୍ୟାତନାମା ସାହିତ୍ୟିକ ବିରଂଚି ନାରାୟଣ ମୁଣ୍ଡ । ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକାନ୍ତ କୁମାର ସାହୁ ଓ ମଂଚ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ଯୁଧିଷ୍ଠିର ମୁଦୁଲି । ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଜୟପ୍ରଦା ସେଠୀ, ଚନ୍ଦନଲତା ବେହେରା, ମାମିନୀ ପୂଜାରୀ, ସୁଜାତା ପଟ୍ଟନାୟକ ଓ ମଧୁସ୍ମିତା ପଣ୍ଡା । ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରସ୍ତୁତି କରିଥିଲେ ସ୍ନିଗ୍ଧା ବୁଦ୍ଧିଆ, ଜ୍ୟୋତ୍ସ୍ନାରାଣୀ ସାହୁ, ମୁରଲୀ ସାହୁ, ଶୈଳେନ୍ଦ୍ର ବାବୁ, ସରୋଜ ରାଉତ, ସୁନୀଲ ନାୟକ, ବିଭୀଷଣ ନାଗ, ଗଜେନ୍ଦ୍ର ମାଝୀ,ସୁରେନ୍ଦ୍ର ମାଝୀ ଓ ରଂଜିତ ବାଗ ପ୍ରମୁଖ ।
ବିଦ୍ୟାଳୟ ସଂପ୍ରତି ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶର କେନ୍ଦ୍ରସ୍ଥଳ ପାଲଟିଛି । ବିଦ୍ୟାଳୟ ପରିସରରୁ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହଯୋଗରେ ଜଣେ ଛାତ୍ର ବା ଛାତ୍ରୀ ମଧ୍ୟରେ ଆଗାମୀ ଦିନର ସୁନାଗରିକ ହେବାର ବୀଜବପନ ହୋଇଥାଏ । ସୁ୍ଶିକ୍ଷକ ହିଁ ସୁନାଗରିକ ସୃଷ୍ଟିର ମୂଳ ଉତ୍ସ ବୋଲି ଅତି୍ଥିମାନେ ମତ ବ୍ୟକ୍ତ କରିଥିଲେ । ସମକାଳକୁ ବିନାଶ ମୁହଁକୁ ନିଶା ହିଁ ଯୁବ ସମାଜକୁ ନେଇଯାଉଛି । ନିଶା କବଳକୁ ନ ଯିବା ପାଇଁ ବିଦ୍ୟାଳୟ ସ୍ତରରୁ ଶିକ୍ଷା ଦିଆଗଲେ ହିଁ ଉପଯୁକ୍ତ ନାଗରିକ ହୋଇ ପାରିବେ ବୋଲି ଅତିଥିମାନେ ମତ ରଖିଥିଲେ ।
ପ୍ରତିବର୍ଷ ପରି ଚଳିତ ବର୍ଷ ‘ବେଷ୍ଟ ଷ୍ଟୁଡ଼େଣ୍ଟ ଅଫ୍ ଦି ଇଅର’ ଦଶମ ଶ୍ରେଣୀର ଛାତ୍ର କ୍ଷିରୋଦ ଗୌଡ଼ଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ନିୟମିତ ଉପସ୍ଥାନର ପୁରସ୍କାର ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରକାଶ ମାଝୀ, ନବମ ଶ୍ରେଣୀ ଛାତ୍ରୀ କୁନ୍ତଳା ଦଣ୍ଡସେନାଙ୍କୁ ଯୁଗ୍ମ ଭାବରେ ପ୍ରଦାନ କରାଯାଇଥିଲା । ପରିସ୍କାର ପରିଚ୍ଛନ୍ନତା ପୁରସ୍କାର ପାଇଥିଲେ ପ୍ରଥମ ଶ୍ରେଣୀ ଛାତ୍ରୀ ପୂର୍ଣ୍ଣିମା ନାଏକ । କ୍ରୀଡ଼ା କ୍ଷେତ୍ରରେ ବାଳକ ବିଭାଗରେ ଶଙ୍କର ମାଝୀ ନବମ ଶ୍ରେଣୀ ଓ ବାଳିକା ବିଭାଗରେ କଶିଶ୍ ନାଏକ ଦଶମ ଶ୍ରେଣୀ ଶ୍ରେଷ୍ଠ ଖେଳାଳୀ ଭାବେ ମନୋନୀତ ହୋଇଥିଲେ । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ଶିକ୍ଷକ ଯୁଧିଷ୍ଠିର ମୁଦୁଲି
ବ୍ୟୁରୋ ରିପୋର୍ଟ AKN NEWS


