ଓଡିଶା ଖବର

ନୂଆପଡ଼ା ଜିଲ୍ଲା ନେସନାଲ କଲେଜ୍ ପରିସର ମଧ୍ୟରେ ନୂଆ ଓଡ଼ିଶା ରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ

(AKN NEWS): ନୂଆପଡ଼ା ଜିଲ୍ଲା ନେସନାଲ କଲେଜ୍ ପରିସର ମଧ୍ୟରେ ନୂଆ ଓଡ଼ିଶା ରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଭୀମ ସେନ ଶବର ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗୀତା ଦ୍ବାରା ତାଙ୍କ ରୁଚି ଏବଂ ଆଗ୍ରହ ସୃଷ୍ଟି ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ସଭାରେ କଲେଜ୍ ଅଧ୍ୟକ୍ଷ ହିତେଶ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ପରିଚାଳନା ସଭାପତି ସିତୁ ବୋଧନକର, ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଦୀପିକା ଦୀପ, ଅଧ୍ୟାପକ ଦୁର୍ଲ୍ଲଭ ଚରଣ ବେହେରା, ନୃସିଂହ ଚରଣ ସାହୁ, ବୈଦୟ ନାଥ ଗଡଟିଆ, ମମତା ପଟ୍ଟନାୟକ, ନନ୍ଦନି ମଞ୍ଜରୀ ହୋତା, ଡ. ପ୍ରଣତି ମୁଣ୍ଡ, ମିନାକ୍ଷୀ ଦାଶ, କପିଲ ଦେବ ପାଣିଗ୍ରାହୀ, ଡ ପ୍ରମୋଦ ରାଉତ,ଶିବ ଶା,ଗୋପୀ ଗୋଲାପି ସୁନା, ସୋନାଲି ଚନ୍ଦ୍ରିକାର, ରଶ୍ମି ରାଣୀ ମାଝୀ, ବୀଣାପାଣି ସାହୁ, ନୋଡାଲ ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ତର୍କ, ଚିତ୍ରାଙ୍କନ, ଗୀତ, ଦଳଗତ ଗୀତ, ନୃତ୍ୟ, ଦଳଗତ ନୃତ୍ୟ, ଅଭିନୟ, ଏକାଙ୍କିକା ଭଳି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!