ଓଡିଶା ଖବର

୧୮ ତମ ବିରେନ୍ଦ୍ର କୁମାର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗାଇସିଲେଟ (AKN NEWS): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ବୁରୋମୁଣ୍ଡା ଖେଳ ପଡିଆ ଠାରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ସାହୁ ସ୍ମାରକୀ ୧୮ ତମ ଦ୍ୱାଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ବୁରୋମୁଣ୍ଡା ପଲ୍ଲୀଶ୍ରୀ ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ ର ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ତଥା ଗ୍ରାମର ଗୌନ୍ତିଆ ଶ୍ରୀଯୁକ୍ତ ଭୂବନ୍ଦେ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜାମୁଟପାଲି ସମିତି ସଭ୍ୟ ସରୋଜ ଶ୍ରିଭୂଷଣ ସାହୁ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସର୍ବ ମୋଟ ୮ ଗୋଟି ଫୁଟବଲ କ୍ଲବ ଯୋଗ ଦେଇଥିବା ବେଳେ । ଘେଁସ ଏବଂ ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ଉଦଯାପନୀ ଖେଳ ରେ ମୁଖ୍ୟ ଅତିଥି ଭାବରେ ଗାଇସିଲେଟ ତହସିଲଦାର ଟିଟସ୍ ମହାନନ୍ଦିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗାଇସିଲେଟ ସରପଞ୍ଚ ଶରତ କାଲୋ , ସନ୍ଧିବାହାଲ ସମିତି ସଭ୍ୟ ଦେବେନ୍ଦ୍ର ଯୋଷୀ , ପରଦେଶୀ ପଧାନ, ରବୀନ୍ଦ୍ର ଠାକୁର, ପାଣ୍ଡବ ନନ୍ଦ, ଭାରତ ଦାଶ, ସଞ୍ଜୀବ କୁମାର ପଣ୍ଡା, ପୂର୍ବତନ ଘେଁସ ସରପଞ୍ଚ ଗୋକୁଳ ଦାଶ ପ୍ରମୁଖ ଯୋଗ ଦେଇଥିବା ବେଳେ ଫାଇନାଲ ଖେଳ ରେ ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗିର ଫୁଟବଲ କ୍ଲବ ଚମ୍ପିୟାନ ହୋଇଥିଲା ଖେଳ ଶେଷ ରେ ଅତିଥି ମାନଙ୍କ ଦ୍ଵାରା ବିଜେତା ଦଳ କୁ ଟ୍ରଫି ସହ ୧୦ ହଜାର ଟଙ୍କା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ୭ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସତାରସେନ୍ ପଧାନ,ଗୌରାଙ୍ଗ ପାଣ୍ଡେ,ପ୍ରଦୀପ କୁମାର ଦାଶ,ସୁରେଶ ନାୟକ ଖେଳ ପରିଚାଳନା କରିଥିଲେ । ସିଦ୍ଧେଶ୍ଵର ଛତର,ପ୍ରେମରଞ୍ଜନ ବାଗ୍,ବାବୁଲୁ ଗଡତିଆ,ଆଶୁତୋଷ ସାହୁ, ପ୍ରଭାସ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!