ଖଡିଆଳ ମହାବିଦ୍ୟାଳୟର ୧୯୯୪ ସ୍ନାତକ ବ୍ୟାଚ୍ ର ବନ୍ଧୁମିଳନ

(AKN NEWS): ନୂଆପଡ଼ା ଜିଲ୍ଲା ତିଖାଲି ଡେମର ଡାକ ବଙ୍ଗଳା ଠାରେ ଖଡ଼ିଆଳ ମହାବିଦ୍ୟାଳୟରୁ ୧୯୯୪ ସ୍ନାତକ ଉତ୍ତୀର୍ଣ୍ଣ ମାନଙ୍କ ଏକ ବନ୍ଧୁମିଳନର ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଦୂରଦୁରାନ୍ତରେ ନିଜ ନିଜ କାର୍ଯ୍ୟରତ ବନ୍ଧୁ ବାନ୍ଧବୀ ମାନେ ଏକତ୍ରିତ ହୋଇ ଭାବ ବିନିମୟ କରିବାର ସୁଯୋଗ ପାଇଥିଲେ। ଦୀର୍ଘ ତିରିଶି ବର୍ଷର ବ୍ୟବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ସମସ୍ତେ ଉତ୍ସାହିତ ଓ ଆନନ୍ଦିତ ଥିଲେ। ପୁଣି ସମସ୍ତ ସାଥିମାନଙ୍କ ପରିବାର ବର୍ଗଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଅଧିକ ଆନନ୍ଦଦାୟକ କରିଥିଲା। ଏହି ବନ୍ଧୁ ମିଳନ ଉତ୍ସବ ଦୀର୍ଘ ୩୦ ବର୍ଷ ଅପେକ୍ଷା ପରେ ହୋଇଥିବାରୁ ସମସ୍ତଙ୍କ ମନରେ ପ୍ରବଳ ଆନନ୍ଦ, ଉଲ୍ଲାସ ଉତ୍ସାହ ,ଉଦ୍ଦୀପନା ସହିତ ବନ୍ଧୁତ୍ୱର ଏକ ନିଆରା ଭାବାବେଗ ବାତାବରଣ ସୃଷ୍ଟି ହୋଇଥିଲା ।ଦୂରଦୂରାନ୍ତର ରହୁଥିବା ସମସ୍ତ ବନ୍ଧୁ ବାନ୍ଧବୀ ଏହି ବନ୍ଧୁ ମିଳନ ଉତ୍ସବ ଖବର ପାଇ ଅନୁଷ୍ଟିତ କାର୍ଯକ୍ରମ ରେ ଯୋଗଦାନ କରିଥିଲେ ।ଦୀର୍ଘ ୩୦ ବର୍ଷର ଉତ୍କଣ୍ଠାର ପୂର୍ଣ୍ଣଛେଦ ପଡ଼ିଥିଲା ଏକ ହର୍ଷ ଉଲ୍ଳାସ ପରିବେଶ ମଧ୍ୟରେ ଅନୁଷ୍ଠିତ । ସ୍ଥାନୀୟ ବନ୍ଧୁ ବିକାଶ କୁମାର ଶୁକ୍ଳା, ଏଲିୟ ନନ୍ଦ, ଗଙ୍ଗା ରାମ ବନ୍ଧିଛୋର୍ ,ଆଦିତ୍ୟ ମୁଣ୍ଡ, ଗୋବିନ୍ଦ ବିହାରୀ ବାରିକ, ରାକେଶ ମିଶ୍ର, ରବୀନ୍ଦ୍ର କୁମ୍ଭାର ,ଜୟଶ୍ରୀ ଦଣ୍ଡସେନା,
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


