ଓଡିଶା ଖବର

ଖପ୍ରାଖୋଲ ରେ କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରି ଙ୍କ ବିଶାଲ ସମାବେଶ

(AKN NEWS): ବଳାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦରମହକୁମା ଠାରେ ଓଡିଶା କେନ୍ଦୁପତ୍ର ଶ୍ରମିକ ସଂଘ ପାଟଣାଗଡ ଡିଭିଯନ ତରଫରୁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଖପ୍ରାଖୋଲ ବ୍ଲକ କେନ୍ଦୁପତ୍ର ରେଞ୍ଜ ସଭାପତି ରାଜ କିଶୋର ଦନ୍ଦାସେନା ଙ୍କ ଅଧ୍ୟକ୍ଷ୍ୟତା ରେ ଅନୁସ୍ଥିତ ସମାବେଷରେ କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରୀ ସଂଘ ରାଜ୍ୟ ସାଧାରଣ ସମ୍ପାଡକ ଶିବାନନ୍ଦ ପରିଛା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର ଙ୍କ କେନ୍ଦୁ ପତ୍ର ତୋଳାଲି ଙ୍କ ପାଇଁ ଲାଗୁ କରିବାକୁ ଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କହିଥିବା ବେଳେ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ଲଗାଉଥିବା ଜି ଏସ ଟି ଛାଡ କରିବା ପାଇଁ ଦାବି କରିଥିଲେ। ପ୍ରକାଶ ଯେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଙ୍କୁ ମାତ ଦେବେ ଯୁବ ବିଜେଡି ନେତା ଶିବାନନ୍ଦ ପରିଛା ବୋଲି ଚର୍ଚା ହେଉଥିବା ବେଳେ କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରୀ ସଂଗଠନ ମାଧ୍ୟମରେ ଲୋକ ଙ୍କ ସମର୍ଥନ ସହ ବଳ ଦେଖାଇଛନ୍ତି ବୋଲି ଆଲୋଚନା ହେଉଛି ।ଆସନ୍ତା 2024 ସାଧାରଣ ନିର୍ବାଚନ ରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରୁ ବିଜେଡି ର ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଆଶାୟୀ ଅଛନ୍ତି ବୋଲି ଜନସାଧାରଣ ରେ ଚର୍ଚା ଜୋର ଧରିଛି ।ଏହି ସମାବେଶ ରେ ଖପ୍ରାଖୋଲ ବ୍ଲକ ର କୋଣ ଅନୁକୋଣ ରୁ ହଜାର ହଜାର ମହିଳା ଓ ପୁରୁଷ ଯୋଗ ଦେଥିଲେ ।ଏହି ସଭା କୁ ଧ୍ରୁବ ଚାନ୍ଦ୍ ପରିଚାଳନା କରିଥିବା ବେଳେ ଆଲୋକ ପାଣିଗ୍ରାହି, ରିଙ୍କୁ ପୁରୋହିତ ,ମଣ୍ଟୁ ପଧାନ ତରଣୀ ସାହୁ ,ସୁରେନ୍ଦ୍ର ବରିହା ,ପ୍ରତାବ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!