ବାର୍ଷିକ ଉତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ

(AKN NEWS): ନୂଆପଡା ଜିଲ୍ଲା ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଅନୁଷ୍ଠାନ ୩୫ ବର୍ଷ ପୂର୍ତ୍ତ ଅବସର ରେ ବାର୍ଷିକ ଉତ୍ସବ କୁ ଜାଖଜଖମ ର ପାଳନ କରିବା ପାଇଁ ରୂପରେଖ ଉପରେ ଆଲୋଚନା କରାଯାଇଥିଲା l ଆସନ୍ତା ଅପ୍ରେଲ ପ୍ରଥମ ସପ୍ତାହ ରେ ୩ ଦିନ ଧରି ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ସ୍ଥିର ହୋଇଥିବା ବେଳେ ଗତ ବର୍ଷ ଭଳି ଅନୁଷ୍ଠାନ ପକ୍ଷ ରୁ ବହୁଭାଷା ନାଟକ ପ୍ରତିଯୋଗିତା ର ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଉକ୍ତ ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟ ରେ ଅନୁଷ୍ଠାନ ର ସମ୍ପାଦକ ସୋମନାଥ ଜଗତ,ଗୌରାଙ୍ଗ ସାହୁ, ଜଗବନ୍ଧୁ ବାରିକ, ପିୟୁଷ ପଣ୍ଡା,ଗୋବିନ୍ଦ ପଣ୍ଡା,ଧର୍ମବୀର ରାଉତ, ଅମୁଲ୍ୟ ବାରିକ, ରାଜକପୁର ବାରିକ, ଜାବେଦ ଖାନ, ରାମରତନ ସାହୁ,ଆଦିତ୍ୟ ପାଣିଗ୍ରାହୀ, ଅଶୋକ ବାରିକ, ଙ୍କ ସମେତ ଅନୁଷ୍ଠାନ ର ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ଲ
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


