ଓଡିଶା ଖବର

ପଞ୍ଚାୟତସ୍ତରୀୟ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସଚେତନତା କାର୍ଯ୍ୟକ୍ର ।

(AKN NEWS): ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଚନାବେଡ଼ା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚନାବେଡା ସରପଞ୍ଚ ମଥାମଣି ତାଣ୍ଡି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା ଓ ଖଡିଆଳ ବିଜେଡି ଉପ ସଭାପତି ମନୋଜ ଦୀପ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଖଡିଆଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗୌତମ ତାଣ୍ଡି , ସମାଜସେବୀ ନିମାଇ ଚରଣ ବେହେରା , ମହିଳା ପରିଦର୍ଶିକା ଆଇସିଡିଏସ ବୃନ୍ଦାବତୀ ସଗରିଆ , ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନରହରି ଜଗତ ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚାସୀନ ଅତିଥିମାନେ ନିଜ ନିଜ ଅଭିଭାଷଣରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ସଚେତନ କରିବା ସହ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଧାରା ମାଧ୍ଯମରେ ଏକ ବିକଶିତ ଓଡ଼ିଶା ଗଠନ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସରକାର ପ୍ରମୁଖ ଭୂମିକା ନେଇଛି । ଆଜି ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ ହେଉ ଜନ୍ମ ଠାରୁ ମୃତ୍ୟୁ ଯାଏ ସମସ୍ତ ପ୍ରକାର ଯୋଜନା ନିର୍ମାଣ ହୋଇ ଏକ ବିକଶିତ ପଥରେ ରାଜ୍ୟ ଆଗେଇ ଚାଲିଛି । – ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟି ଓ ଆଦର୍ଶର ଫଳ ବୋଲି ଅତିଥିମାନେ ଅବି ଭାଷଣ ରଖିଥିଲେ |ଏହି ପରି ପ୍ରେକ୍ଷୀରେ ସରକାରଙ୍କ ଉନ୍ନୟନମୂଳକ ଓ ଜନହିତକର ଯୋଜନା ସମ୍ପର୍କରେ ଲୋକେ ଜାଣିବା ପାଇଁ ଏଲ ଇ ଡି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଉତ୍ତମ କାର୍ଯ୍ୟ କରିଥିବା ଏସ ଏଚ ଜି ମାଁ ମାନଙ୍କୁ ପଞ୍ଚାୟତ ତରଫରୁ ପରିଚୟ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ ଓ, ପାଲା ଆୟୋଜ ହୋଇଥିଲା । କାର୍ଯ୍ୟକ୍ରମକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପରିଚାଳନା କରିଥିବାବେଳେ ଗ୍ରାମ ରୋଜଗାର ସେବକ ଧନ୍ୟବାଦ ପ୍ରଦାନ କରିଥିଲେ । ଅନୁଷ୍ଟିତ କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ମହିଳା, ପୁରୁଷ ,ସ୍ଵୟଂ ସହାୟକ ଗୋଷ୍ଠୀ , ଅଙ୍ଗନୱାଡ଼ି କର୍ମୀ, ମିଶନ ଶକ୍ତି ମହିଳାମାନେ ଯୋଗ ଦେଇଥିଲେ ।

ଓମ ପ୍ରକାଶ ଚୌଧୁରୀ AKN NEWS 

 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!