ଅର୍ଥନୀତିଓଡିଶା ଖବର

ଗୁପ୍ତେଶ୍ୱର ପ୍ରସିଦ୍ଧ ଶୈବପୀଠରେ ଚଳ ଚଞ୍ଚଳ ଭାବେ ପାଳିତ ହେଲା ମହା ଶିବରାତ୍ରି

ବୈପାରିଗୁଡ଼ା ୮/୩(AKN NEWS): ଦକ୍ଷିଣ ଓଡ଼ିଶା ପ୍ରମୁଖ ବୈପାରିଗୁଡ଼ା ଅଞ୍ଚଳର ପ୍ରସିଦ୍ଧ ଗୁପ୍ତେଶ୍ୱର ଶୈବ ପୀଠ ମନ୍ଦିରରେ ମହା ମହାଶିବରାତ୍ରି ଉତ୍ସବ ଉପଲକ୍ଷେ ଚଳ ଚଞ୍ଚଳ ଭାବରେ ପାଳିତ ହୋଇଯାଇଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ସ୍ଥିତ ଗୁପ୍ତେଶ୍ୱର ଠାରେ ଶିବରାତ୍ରି ଉତ୍ସବ ଅବସରରେ ମହାଦେବଙ୍କ ଦର୍ଶନ ପାଇଁ ଲାଗି ରହିଛି ହଜାର ହଜାର ଭକ୍ତଙ୍କ ଲମ୍ବାଧାଡ଼ି। ଭକ୍ତଙ୍କ ମଧ୍ୟରେ କୋମ୍ପି ଉଠୁଛି ହର୍ ହର୍ ମହାଦେବ। ଗୁପ୍ତେଶ୍ୱର ଆସି ବିଭିନ୍ନ ପ୍ରକାର ରୀତି ନୀତି ପରେ ମାନସିକ କରିବା ସହ ଶହାଣା ମେଳାରେ ପହଞ୍ଚି ପୂଜା କରୁଛନ୍ତି ହଜାର ହଜାର ଭକ୍ତ । ଆଜି ଜାଗର ଜାଲିବେ ହଜାର ହଜାର ଭକ୍ତ। ରାତି ବାରଟା ବେଳେ ହେବ ହରିହର ଭେଟ ଏବଂ ସାଡେ଼ ବାରଟାରେ ଉଠିବେ ମହାଦେବ। ହଜାର ହଜାର ଭକ୍ତଙ୍କ ଭିଡ଼ ମଧ୍ୟରେ ମହାଦେବଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ଆସି ଦର୍ଶନ କରିଥିବା ବେଳେ ପଡ଼ଶି ରାଜ୍ୟ ତଥା ଛତିଶଗଡ଼ ଓ ଆନ୍ଦ୍ର ପ୍ରଦେଶର ବହୁ ଦୂର ଦୁରାନ୍ତର ହଜାର ହଜାର ଭକ୍ତ ଭର୍ ସଖାଳୁ ପହଞ୍ଚି ଲମ୍ବା ଧାଡ଼ି ବାନ୍ଦି ବାବା ଗୁପ୍ତେଶ୍ୱରଙ୍କୁ ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ହଜାର ହଜାର ଭକ୍ତଙ୍କ ଭିଡ଼ ମଧ୍ୟରେ କଡ଼ାକଡ଼ି ଭାବେ ଟ୍ରାଫିକ ବ୍ୟବସ୍ତା କରିବା ସହ କୋରାପୁଟ ଜିଲ୍ଲା ଓ ବୈପାରିଗୁଡ଼ା ବ୍ଲକ୍ ପ୍ରଶାସନ ପକ୍ଷରୁ ଭକ୍ତ କିପରି ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବେ ତାହା ନେଇ ବିଭିନ୍ନ ପ୍ରକାର ଆୟଜନ କରାଯାଇଥିବା ନେଇ ବୈପାରିଗୁଡ଼ା ତହସିଲ୍ ଦାର୍ ସ୍ନିଗ୍ଧାରାଣୀ ଚୌଧୁରୀ ସୂଚନା ଦେଇଛନ୍ତି। ଲୋକେ ଗୁପ୍ତେଶ୍ୱର ଆସି ପ୍ରଭୁ ମହାଦେବଙ୍କ ପାଖେ ପୂଜାର୍ଚ୍ଚନା କରି ଖୁବ ଉସ୍ତାହିତ ହେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସେହିପରି ବୈପାରିଗୁାଡ଼ା ବ୍ଲକ ସଦର ପଶ୍ଚିମଶ୍ୱର ମନ୍ଦିର , ନୀଳକଣ୍ଠେଶ୍ଵର, ବୈପାରିଗୁାଡ଼ା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ଗ୍ରାମ ପଞ୍ଚାୟତ ନିକଟସ୍ଥ ନାଥ ଗୁଡ଼ା ବାବା ଲୋକେଶ୍ଵର ମନ୍ଦିର , ଗାଡ଼ପୁଟ ପାତାଳେଶ୍ୱର ମନ୍ଦିର ଏବଂ ଡୁଡ଼ୁଙ୍ଗ ପାର୍ ଠାରେ ମଧ୍ୟ ଚଳ ଚଞ୍ଚଳ ଭାବେ ମହା ଶିବରାତ୍ରି ଉତ୍ସବ ପାଳିତ କରାଯାଇଛି । ମହାଦେବଙ୍କ ଦର୍ଶନ କରିବା ପାଇଁ ଗାଡ଼ପୁଟ ଓ ନାଥଗୁଡ଼ା ମନ୍ଦିରରେ ମଧ୍ୟ ସହ ସହ ଭକ୍ତଙ୍କ ଭିଡ଼ ଜମି ହୋଇଥିବା ଦେଖିବାକୁ ମିଳିଛି ।

ବୈପାରିଗୁାଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!