ଓଡିଶା ଖବର

କୁକୁଡ଼ା ଫାର୍ମରୁ ଯୁବତୀଙ୍କ ମୃତ୍ୟୁ ଶରୀର ଉଦ୍ଧାର

ବୈପାରିଗୁଡ଼ା ୯/୩(AKN NEWS): ବୈପାରିଗୁଡ଼ା ଥାନା ଅନ୍ତର୍ଗତ ମାଝୀ ଗୁଡ଼ା ଛକ ନିକଟସ୍ଥ କୁକୁଡ଼ା ଫାର୍ମରୁ ଜଣେ ଯୁବତୀଙ୍କ ମୃତ୍ୟୁ ଶରୀର ଜବତ କରିଛି ବୈପାରିଗୁଡ଼ା ପୋଲିସ। ଯୁବତୀ ଜଣକ କୋରାପୁଟ ଜିଲ୍ଲା ବୈାରିଗୁଡ଼ା ଥାନା ଅନ୍ତର୍ଗତ ହଳଦୀ କୁଣ୍ଡ ଗ୍ରାମ ପଞ୍ଚୟତ ସ୍ଥିତ ମୁର୍ଜା ଚୁଆଁ ଗ୍ରାମର ଭଗବତୀ ଦୁରୁଆ ବୟସ (୨୬) ପିତା ସୁକୁଲ୍ ଦୁରଆ ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ ଭଗବତୀ ଦୁରୁଆ ମିଲଟ ମିଶନ ସଂସ୍ଥା ବୈପାରିଗୁଡ଼ା ବ୍ଲକ ପେନ୍ଦାପଡ଼ା ଗ୍ରାମ ପଞ୍ଚାୟତରେ କାର୍ଯ୍ୟ କରୁଥିଲା। ଏବଂ ପେନ୍ଦାପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆର ମାଝୀଗୁଡ଼ା ଗ୍ରାମର ଜିତେନ୍ଦ୍ର ବାରିକ ବୟସ (୩୬)ଙ୍କ ସାଙ୍ଗରେ ପ୍ରେମ ବିବାହ କରି ଭଗବତୀ ନିଜ ପରିବାର ପାଖରେ ନରହି ରଣାଗୁଡ଼ା ଛକ ଏକ କୁକୁଡ଼ା ଫାର୍ମରେ ଜିତେନ୍ଦ୍ର ବାରିକଙ୍କ ସହ ରହୁଥିଲା। ତେବେ ଭଗବତୀ ଦୁରୁଆ ଗତ କାଲି ଗୁପ୍ତେଶ୍ୱର ମନ୍ଦିର ଯାଇଥିବା ଲୋକେ ଦେଖିଥିବା ବେଳେ ହଟାତ୍ ସକାଳୁ ଭଗବତୀଙ୍କ ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଜିତେନ୍ଦ୍ର ବାରିକ ଭଗବତୀ ଦୁରୁଆଙ୍କୁ ମାରି ଦେଇଥିବା ସନ୍ଦେହରେ ମୃତ୍ୟୁ ଭଗବତୀ ଦୁରୁଆଙ୍କ ଭାଇ ଥାନାରେ ଅଭିଯୋଗ କରିଥିବା ଜଣା ପଡ଼ିଛି।ବୈପାରିଗୁଡ଼ା ପୋଲିସ ଜିତେନ୍ଦ୍ର ବାରିକଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି। ଆସନ୍ତା କାଲି ସାଇଣ୍ଟିଫିକ ଟିମ ଆସିଲା ପରେ ସହ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଯିବ ବୋଲି ବୈପାରିଗୁଡ଼ା ଥାନା ଅଧିକାରୀ ଦୀପାଞ୍ଜଳୀ ପ୍ରଧାନ ସୂଚନା ଦେଇଛନ୍ତି।

ବୈପାରିଗୁଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!