ବୈପାରିଗୁଡ଼ା ପୁରୁଣା ଶବ ବ୍ୟବଚ୍ଛେଦ ଗୃହ ଥିବା ମଶାଣିକୁ ନେଇ ଟଣା ଅଟରା

ବୈପାରିଗୁଡ଼ା ୧୦/୩ (AKN NEWS): ବୈପାରିଗୁଡ଼ା ବ୍ଲକ ସ୍ଥିତ ପୁରୁଣା ଶବ ବ୍ୟବଚ୍ଛେଦ ଗୃହ ଥିବା ମଶାଣି ଭୂମିକୁ ନେଇ ଏବେ କଥା କଥାରେ ଟଣା ଅଟରା ହୋଇଥିବା ଦେଖିବାକୁ ମିଳିଛି। ବହୁ ବର୍ଷ ପୂର୍ବରୁ ବୈପାରିଗୁଡ଼ା ବାସୀ ମୃତ୍ୟୁ ହେବା ପରେ ସେହି ପୁରୁଣା ବ୍ୟବଚ୍ଛେଦ ଗୃହ ଥିବା ମଶାଣିରେ ସହ ସହ ବର୍ଷ ଧରି ବୈପାରିଗୁଡ଼ା ବାସୀ ଶବ ଦାହ କରି ଆସୁଛନ୍ତି । ତେବେ ଆଜି ବୈପାରିଗୁଡ଼ା ପୋଲିସ ପ୍ରଶାସନ ଓ ସ୍ଥାନୀୟ ସମାଜସେବୀ ସନ୍ଧ୍ୟା ୮ ଘଣ୍ଟା ସମୟରେ ଏକ ଅସହାୟ ମୃତ୍ୟୁ ଶରୀର ନେଇ ଶବ ଦାହ କରିବା ପାଇଁ ଶ୍ମଶାନ ଭୂମିରେ ପହଞ୍ଚିଥିଲେ ।ବୈପାରିଗୁଡ଼ା ପୋଲିସ ପ୍ରଶାସନ ଓ ସ୍ଥାନୀୟ ସମାଜସେବୀ ଶବକୁ ନେଇ ଶ୍ମଶାନରେ ପହଞ୍ଚିବା ପରେ ହଟାତ୍ ଜଣେ ବ୍ୟକ୍ତି ଶ୍ମଶାନ ପାଖରେ ଆସି ସହ ସହ ବର୍ଷ ଧରି ଶବ ଦାହ କରିଆସୁଥିବା ମଶାଣି ଭୂମିକୁ ମୋ ନାଁରେ ପ୍ରମାଣପତ୍ର ହେଇଛି ମୁଁ ଆଉ ଏଠାରେ ଶବ ଦାହ କରିବାକୁ ଦେବି ନାହିଁ ବୋଲି କହିଥିଲେ। ଏବଂ ବ୍ୟକ୍ତି ଜଣକ କିଛି ଦିନ ତଳେ ଶ୍ମଶାନ ଚାରି ଆଡେ଼ ବାଡ଼ କରିଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଅସହାୟ ମୃତ୍ୟୁ ଶରୀର ଧରି ଶ୍ମଶାନରେ ପହଞ୍ଚିବା ପରେ ଶ୍ମଶାନ ଭୂମିକୁ ନେଇ ବୈପାରିଗୁଡ଼ା ପୋଲିସ ଓ ସ୍ଥାନୀୟ ସମାଜ ସେବୀଙ୍କ ସହ ଶ୍ମଶାନ ଭୂମିର ପ୍ରମାଣ ପତ୍ର ଥିବା ବ୍ୟକ୍ତି ଜଣଙ୍କ ମଧ୍ୟରେ କଥା କଥାରେ ଟଣା ଅଟରା ହୋଇଥିବା ଦେଖିବାକୁ ମିଳିଥିଲା। ଏହିପରି ସମସ୍ୟାକୁ ଉପୁଜିବା ପରେ ବୈପାରିଗୁଡ଼ା ଥାନା ଅଧିକାରୀ ସ୍ଥାନୀୟ ତହସିଲ ଦାର ସ୍ନିଗ୍ଧାରାଣୀ ଚୌଧୁରୀଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ। ଯୋଗାଯୋଗ କରିବା ପରେ ତହସିଲ ଦାର ଘଟଣା ସ୍ଥଳରେ ପହଞ୍ଚି ଶ୍ମଶାନ ଭୂମି ବିଷୟକୁ ନେଇ ବ୍ୟକ୍ତି ଜଣଙ୍କ ସହିତ ଆଲୋଚନା କରିଥିଲେ। ଶହ ଶହ ବର୍ଷ ଧରି ଶ୍ମଶାନ ଥିବା ବେଳେ ଆଜି କିପରି ଜଣଙ୍କ ନାମରେ ପ୍ରମାଣ ପତ୍ର ଥିବା ଜଣା ପଡ଼ିଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଶ୍ମଶାନ ଭୂମି ଆଗରୁ କାହା ନାମରେ ଭୂମି ପ୍ରମାଣ ପତ୍ର ରହିଥିଲା ଶ୍ମଶାନ ଜାଗାକୁ କିଏ ବିକିଛି ଏବଂ କିପରି ସେହି ଶ୍ମଶାନ ଭୂମି ଜଣଙ୍କ ନାମରେ ପ୍ରମାଣ ପତ୍ର ହୋଇଛି ଏ ଶ୍ମଶାନ ଭୂମି କିଣା ବିକା ବିଷୟକୁ ନେଇ ସ୍ଥାନୀୟ ତହସିଲ ଦାର ନଜରରେ କାହିଁକି ଆସିଲା ନାହିଁ କିମ୍ବା ଶ୍ମଶାନ ଭୂମୀ ବିକ୍ରି କରୁଥିବା ନେଇ ସ୍ଥାନୀୟ ତହସିଲ କିପରି ଜାଣି ପାରିଲେନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସବୁଠାରୁ ବଡ଼କଥା ହେଉଛି ସହ ସହ ବର୍ଷ ଧରି ସେଠାରେ ମଶାଣି ରହିଥିବା ବେଳେ ସେଠାରେ ସରକାରୀ ଶବ ବ୍ୟବଚ୍ଛେଦ ଗୃହ ମଧ୍ୟ ରହିଛି। ସେଠାରେ ସହ ସହ ମୃତ୍ୟୁ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ମଧ୍ୟ କରାଯାଇଛି। ସହ ସହ ବର୍ଷ ପୂର୍ବରୁ ବୈପାରିଗୁଡ଼ା ଗାଁ ରହିଛି ଏବଂ ସେହି ମଶାଣିରେ ଲୋକେ ଶବଦାହ କରୁଛନ୍ତି। ତେବେ ସ୍ଥାନୀୟ ବାସୀଙ୍କ ପାଇଁ ବୈପାରିଗୁଡ଼ା ରିଭିନ୍ୟୁ ଅଧିକାରୀ କାହିଁକି ଶ୍ମଶାନ ଭୂମିକୁ ଶ୍ମଶାନ ନାମରେ ନାମିତ କରି ନାହାଁନ୍ତି ବୋଲି ସାଧାରଣରେ ପ୍ରଶ୍ନ କରିବା ସହ ଯଥାଶୀଘ୍ର ଏହି ସମସ୍ୟାର କରାଯାଉ ବୋଲି ବୈପାରିଗୁଡ଼ା ବାସୀ ସାଧାରଣରେ ଦାବୀ କରିଛନ୍ତି।
ବୈପାରିଗୁଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS


