କଲାହାଣ୍ଡି,(AKN NEWS):ବଢିଆ କଥାଟେ କହେଲେ, ଜଳଛତ୍ରରେ କିଛି ରାଜନୀତି ନାଇନା । ମଣିଷ ପ୍ରଥମେ ବଞ୍ଚିବା ଆବଶ୍ୟକ, ତା’ପରେ ନାନା ବିଧି । ଗତ ଗୋଟେ ଦିନ୍ ଆଗରୁ ମୁଁ ବଲାଙ୍ଗୀରରୁ ସମ୍ବଲପୁର ଜୁନାଗଡରୋଡ ଟ୍ରେନ୍ ରେ ଆସିଲି । ନରଲା ଷ୍ଟେସନ୍ ରେ କୌଣସି ପ୍ରକାର ପାଣି ନଥିଲା । ଷ୍ଟେସନ ବାହାରେ ଗୋଟେ ନଳକୂଅରୁ ପାଣି ପାଇଁ ପାସେଞ୍ଜରମାନେ ବୋତଲ ଧରି ଦୌଡୁଥିଲେ । ଲୋକୋ ପାଇଲଟ୍ ଜଣେ ଭଲ ମଣିଷ ଥିଲେ, ସେ ପାଣି ଆଣିବା ପରେ ଟ୍ରେନ୍ ଛାଡିଥିଲେ । ପୁଣି ଲାଞ୍ଜିଗଡ ଜଙ୍କସନ୍ ତା’ଠାରୁ ବି ବଳିଗଲା । ଇଞ୍ଜିନ୍ ଆଗରୁ କାଢି ପଛରେ ଲଗାଇ ଭବାନୀପାଟଣା, ଜୁନାଗଡ ଯିବାପାଇଁ ପ୍ରାୟ ଅଧଘଣ୍ଟା ପାଖାପାଖି ସମୟ ଲାଗିଲା ଘଣ୍ଟାରେ ୧ଟା୪୫ ରେ ଟ୍ରେନ୍ ଛାଡିଲା । ଟ୍ରେନ୍ ୧୨ଟା ୨୦ ସୁଦ୍ଧା ଲାଞ୍ଜିଗଡ ଏବଂ ଭବାନୀପାଟଣାରେ ୧ଟା ୦୫ରେ ପହଞ୍ଚିବା କଥା । ସେଇ ଅଧଘଣ୍ଟାରେ ଆମେ ଡିହାଇଡ୍ରେସନ ସନ୍ ଷ୍ଟୋକ୍ ର ଶିକାର ହୋଇଯାଇଥାନ୍ତୁ । ଷ୍ଟେସନରେ କୌଣସି ପାଣି ନଥିଲା, ଷ୍ଟେସନ ବାହାରେ କିଛି ପାଣିଥିଲା ତାହା ଏତେ ଗରମ ଥିଲା ଯେ ଚାଉଳ ପକାଇଲେ ଭାତ ହୋଇଯିବ । ସେଇ ପାଣି ବି ଆଣିବା କଷ୍ଟ ଥିଲା କାହିଁକି ନା ତିନୋଟି ପଟ୍ରି ପାର ହୋଇ ଷ୍ଟେସନ୍ ବାହାରକୁ ଯିବାକୁ ପଡିଲା ପୁଣି ଗୋଟିଏ ମାଲଗାଡି ଆସି ମଝିରେ ରହିଗଲା, ରେଳ ଲାଇନ୍ ଡେଇଁ ଯିବା ସମ୍ଭବ ହେଲା ନାହିଁ । ପାଖରେ ଗୋଟିଏ ବୁନ୍ଦା ଜଳ ନଥିଲା । ଲୋକେ ପାଣି ପାଇଁ ଏପଟ ସେପଟ ହେଉଥିଲେ । ମୁଁ ପାଖରେ ଥିବା ଏକ ଆମ୍ବଗଛ ଛାଇରେ ବସି କେମିତି ଭବାନୀପାଟଣା ପହଞ୍ଚିବି ଖାଲି ଭାବୁଥିଲି । ୨ଟା୧୦ରେ ଭବାନୀପାଟଣାରେ ରେଳରୁ ଓହ୍ଲାଇ ଥଣ୍ଡା ପିଇବା ପାଣି ଟେପ୍ ରୁ ଆଣି ମୁଣ୍ଡ ହାତ ମୁହଁ ରେ ଛାଟି କିଛି ପାଣି ପିଇ ଜୀବନ ବଞ୍ଚାଇଲି । ଏଇ ବିକଳ ଚିତ୍ର ସେଇ ଯାତ୍ରୀ ହିଁ ଅନୁଭବ କରିଛି ଯିଏ ସେଇ ପରିସ୍ଥିତିରେ ଅଛି ଏବଂ ଥିଲା । ରେଳବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ।
ବ୍ଯୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ।