ଆସନ୍ତା ନିର୍ବାଚନ କୁ ଦୃଷ୍ଟିରେ ରଖି ଦାରିଙ୍ଗବାଡ଼ି ପୋଲିସ ବିଭିନ୍ନ ଛକ ରେ ନାକା ଗେଟ କରିବା ସହିତ ଫ୍ଲାଗ ମାର୍ଚ୍ଚ।

ଦାରିଙ୍ଗବାଡ଼ି, ୬/୪,(AKN News ): ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପର୍ଯ୍ୟାୟ ରେ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ତେଣୁ ପ୍ରଶାସନିକ ସ୍ତରରେ ସମସ୍ତ ନିର୍ବାଚନ କିପରି ସୁରୁଖୁରୁରେ ହେବ ସେଥିପାଇଁ ପ୍ରସ୍ତୁତି ଚାଲୁଛି। କନ୍ଧମାଳ ଜିଲ୍ଲାରେ ମେ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ କିପରି ଅବାଧ ଓ ଶୃଙ୍ଖଳିତ ହେବ ସେଥିପାଇଁ ଦାରିଙ୍ଗବାଡ଼ି ପୋଲିସର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଉଦୟଗିରି ନିର୍ବାଚନ ମଣ୍ଡଳୀ ର ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ଵ୍ୟବସ୍ଥା କିପରି ଠିକ ରହିବ ଓ ନିର୍ବାଚନ କିପରି ଠିକ ରେ ସରିବ ସେଥିପାଇଁ ଦାରିଙ୍ଗବାଡ଼ି ପୋଲିସ ଦ୍ୱାରା ଫ୍ଲାଗ ମାର୍ଚ୍ଚ ଦାରିଙ୍ଗବାଡ଼ି ବଜାର ରେ କରାଯାଇଛି। ବିଭିନ୍ନ ଛକ ରେ ନାକା ଗେଟ କରି ପୋଲିସ ଚେକିଂ କରୁଛି। ଏହି ଫ୍ଲାଗ ମାର୍ଚ୍ଚରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏସଆଇ ଜିତେନ୍ଦ୍ର ବେହେରା, ଏଏସଆଇ ପି ସିର୍ନିବାସ ରାଓ ପ୍ରମୁଖଙ୍କ ସହିତ ପୋଲିସ ଫୋର୍ସ ଯୋଗ ଦେଇଥିଲେ। ଜନ ସାଧାରଣ ପୋଲିସ କୁ ସହଯୋଗ କରିବା ସହ ନିର୍ବାଚନ କୁ ଶ୍ରୁଙ୍ଖଳିତ ସମାପନ କରିବାକୁ ଅନୁରୋଧ କରିଥିଲେ।
ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News


