ଓଡିଶା ଖବର

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବୈଠକ, ନୂଆପଡ଼ା ବିଧାନସଭା ପାଇଁ ଆଦିବାସୀ ନେତା ଘାସିରାମ ମାଝୀଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଆଦିବାସୀଙ୍କ ନାମ ଘୋଷଣା

ନୂଆପଡା :୦୭.୦୪.(AKN NEWS): ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଗୋଡଫୁଳା ଗ୍ରାମ ନିକଟସ୍ଥ ବରଗଛ ତୋଟା ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ନୂଆପଡ଼ା ବିଧାନସଭା ପାଇଁ ଆଦିବାସୀ ନେତା ଘାସିରାମ ମାଝୀଙ୍କୁ ପ୍ରାର୍ଥୀତ୍ବ ଦେବ ପାଇଁ ସମସ୍ତ ଦଳକୁ ନିବେଦନ କରାଯାଇଥିବା ବେଳେ ଆଦିବାସୀ ସମୂହ ଏକ ହୋଇ ସ୍ବାଧୀନ ପ୍ରାର୍ଥୀ ରୂପେ ପ୍ରତିନ୍ଦ୍ବନ୍ଦୀତା କରିବା ନେଇ ଆଜି ତାଙ୍କ ନାମ ଘୋଷଣା କରିଛନ୍ତି। ଘାସିରାମ ମାଝୀ ଦୀର୍ଘ ବର୍ଷ ହେବ ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ରୂପେ ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କ ପାଲି ଆସିବାରୁ ତାଙ୍କୁ ଦଳ ଟିକେଟ ନ ଦେଇ ନ ଥିଲେ। ସେହିପରି ଖଡିଆଳ ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ଆଦିବାସୀଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ଆହ୍ବାନ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦଳ ପ୍ରାର୍ଥୀ ଦେଇ ନାହାନ୍ତି। କଂଗ୍ରେସ ଦଳ ପକ୍ଷ ରୁ ଆଦିବାସୀଙ୍କୁ ଟିକେଟ ଦେବା ସହ ଆଦିବାସୀ କାର୍ଡ ଖେଳିବା ବୋଲି ଅନୁମାନ କରାଯାଉଅଛି। ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ରାଜନୀତି ସମୀକରଣ ଭିନ୍ନ ଧାରଣ ହେବା ଅନୁମାନ କରାଯାଏ।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!