ଓଡିଶା ଖବର

ନିର୍ବାଚନୀ ମାହୋଲରେ ବିଜେଡି ପକ୍ଷରୁ ରକ୍ତଦାନ ଶିବିର:

(AKN NEWS): ନିର୍ବାଚନୀ ମାହୋଲରେ ବିଜେଡି ପକ୍ଷରୁ ରକ୍ତଦାନ ଶିବିର: ଚଳିତ ଗ୍ରୀଷ୍ମ ଋତୁ ତଥା ବର୍ତ୍ତମାନର ନିର୍ବାଚନୀ ମାହୋଲରେ ସବୁ ଦଳ ବ୍ୟସ୍ତ ଥିବା ବେଳେ ସମ୍ବଲପୁରରେ ଉତ୍କଟ ରକ୍ତାଭାବକୁ ଲକ୍ଷ୍ୟ କରି ସମ୍ବଲପୁର ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ସୌଜନ୍ୟରୁ ଏକ ଜରୁରୀକାଳୀନ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଏହି ଶିବିରରେ ନିଜେ ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ରକ୍ତଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ପ୍ରତିଟି ଜୀବନ ମୁଲ୍ୟବାନ” ଉକ୍ତିକୁ ସାର୍ଥକ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳ ସବୁ ସମୟ ଅସମୟରେ ଲୋକଙ୍କ ସହ ରହେ ଏହା ଶ୍ରେଷ୍ଠ ପ୍ରମାଣ । ଏହି ଶିବିରରେ ଅତିଥି ଭାବେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ, ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ଛାତ୍ର ସଭାପତି ସୁଭ୍ରାଶୁଂ ପାଢ଼ୀ, ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜିକା କବିତା ପୁରୋହିତ, ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ବାଇଁ, ସମ୍ବଲପୁର ଜୋନ୍ ସାଧାରଣ ସଂପାଦକ ସୁଧିର ପଣ୍ଡା, ସମ୍ବଲପୁର ନିର୍ବାଚନୀ କୋଅର୍ଡିନେଟର ଦେବୀ ଲେଙ୍କା, ଜିଲ୍ଲା ଯୁବ ଉପସଭାପତି ମଞ୍ଜୁ ଓରାମ, ଜିଲ୍ଲା ଯୁବ ସମ୍ପାଦକ ଉତ୍ତମ ବାଗଙ୍କ ସହ ଅନ୍ୟ ସମସ୍ତ ନେତୃ ବୃନ୍ଦ ସହଯୋଗ କରିଥିଲେ

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!