ଦାରିଙ୍ଗବାଡ଼ିରେ କଂଗ୍ରେସର ସମୀକ୍ଷା ବୈଠକରେ ମିଶ୍ରଣ ପର୍ଵ ।

ଦାରିଙ୍ଗବାଡ଼ିରେ,୨୭/୪ ( AKN News): ଦାରିଙ୍ଗବାଡ଼ିରେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡ଼ାଙ୍କ ନେତୃତ୍ୱରେ ନିର୍ବାଚନ ଓ ନାମାଙ୍କନ ପତ୍ର ଦାଖଲ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କଂଗ୍ରେସର ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଛି । ଏଥିରେ ପୂର୍ବତନ ସରପଞ୍ଚ ସୋନାଲି ପ୍ରଧାନ,ପୂର୍ବତନ ସମିତି ସଭ୍ୟା ଟୁନି ମୁଖି କଂଗ୍ରେସରେ ଯୋଗଦେଇ ଘରବାହୁଡ଼ା ହୋଇଥିବା କହିଛନ୍ତି । ସୋନାଲି ପ୍ରଧାନ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସରୁ ବିଜେପିରେ ଓ ଟୁନି ମୁଖି କଂଗ୍ରେସରୁ ବିଜେଡିରେ ଯୋଗଦେଇଥିଲେ । ଆଜି ରାହୁଲ ଗାନ୍ଧୀଙ୍କ ନ୍ୟାୟଯାତ୍ରା ଅଭିଯାନରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ସାମିଲ ହୋଇଥିବା କହିଛନ୍ତି । ସେହିପରି କଂଗ୍ରେସର କିଛି କର୍ମୀ ତଥା ପାର୍ଥମାହା ପଞ୍ଚାୟତ ଟୁମୁକାର୍ଜି କଂଗ୍ରେସରୁ ବିଜେଡିରେ ଯୋଗଦେଇଥିବା ପ୍ରଚାରକୁ ଗୁଜୁବ ବୋଲି ଆଜି ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡ଼ାଙ୍କ ଉପସ୍ଥିତରେ ବୈଠକରେ ସଫେଇ ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଉପ ସଭାପତି ତିଆଡ଼ି ନାୟକ,ବ୍ଳକ ଉପ ସଭାପତି ସନ୍ତୋଷ ପ୍ରଧାନ, ସମ୍ପାଦକ ଶରତ ପ୍ରଧାନ, ଓବିସି ସେଲ ସଭାପତି ସୁରେନ୍ଦ୍ର ସାହୁ,ବ୍ଳକ ଯୁବ ସଭାପତି ପିଟର ଦିଗାଲଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା । ଏଥିରେ ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତର ପଞ୍ଚାୟତ କମିଟି ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।
ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News।


