ଓଡିଶା ଖବର

ଆଜି ଓଡିଶା ଆସୁଛନ୍ତି ମୋଦୀ । ଆସିବେ ଜେପି ନଡ୍ଡା ।

(AKN NEWS): ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୂଚନା ମୁତାବକ ନିର୍ବାଚନ ପ୍ରଚାର ପାଇଁ ଆଜି ରାତି ସାଢ଼େ ୯ଟାରେ ଓଡ଼ିଶାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ରାତି କାଟିବା ପରେ ଆସନ୍ତା କାଲିବ୍ରହ୍ମପୁରରେ ନିର୍ବାଚନୀ ସଭାରେ ଯୋଗ ଦେବେ ମୋଦୀ । ଏଥିସହ ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ମଧ୍ୟ ସାମିଲ ହେବେ ଏବଂ ଏହାର ୩ ଦିନ ପରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ କରିବା ନେଇ ସୂଚନା ମିଳିଛି ।ଏକାମ୍ର, ଉତ୍ତର ଓ ମଧ୍ୟ ନିର୍ବାଚନ ମଣ୍ଡଳୀରେ ରାଲି କରିବା କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ଆସିବା ପୂର୍ବରୁ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ପ୍ରଧାନମନ୍ତ୍ରୀ  । ଓଡ଼ିଆ ଭାଷା ଓ ଅସ୍ମିତା ଏବେ ସଂକଟରେ କହି ଜୋରଦାର ଲଢ଼େଇ ପାଇଁ ସଙ୍କେତ ଦେଇ ସାରିଛନ୍ତି । ଏପରିକି ଓଡ଼ିଶାର ବିକାଶ ପାଇଁ ବିଜେପିକୁ ୫ ବର୍ଷ ସୁଯୋଗ ଦେବା ଆବଶ୍ୟକ ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ । ୭ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ୪ ଦିନ ଓଡ଼ିଶାରେ ରହିବା, ୨ ରାତି ଓଡ଼ିଶାରେ କଟାଇ ରଣନୀତିକୁ ଶାଣୀତ କରିବା, ରାଜ୍ୟ ରାଜନୀତିକୁ ସରଗରମ କରିଦେବ ବୋଲି କୁହାଯାଉଛି । ଅପରାହ୍ନରେ ଜେପି ନଡ୍ଡା ଆସିବେ l ତାଙ୍କ ଗସ୍ତ କୁନେଇ ରାଜ୍ୟ ବିଜେପି ର ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସହ ଦେଖିବାକୁମିଳିଛି ତେବେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ରେ କଣ କହିବେ ତାଉପରେ ରହିନଜର

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!