ଓଡିଶା ଖବର
ଘରକୁ ଚଢ଼ାଉ, ନଗଣ୍ଡି ସାଗୁଆନ କାଠ ଓ 28 ଖଣ୍ଡ ସାଗୁଆନ ପଟା ଜବତ

(AKN NEWS): ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ସିନାପାଲି ରେଞ୍ଜ ଅଧୀନସ୍ତ ଯୋଗିବାହାଲ ଗ୍ରାମର ବିରେନ୍ଦ୍ର ମେହେର(37) ଘରକୁ ଆଗୁଆନ କାଠ ମହଜୁଦ ଥିବା କୌଣସି ସୂତ୍ରରୁ ଖବର ପାଇ ସିନାପାଲି ବନବିଭାଗ ତରଫରୁ ରେଞ୍ଜ ଅଫିସର ଜକ୍ତାନନ୍ଦ ମଙ୍ଗରାଜ, ପାଞ୍ଚ ଜଣ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ନାଏକ ,ରମାରଞ୍ଜନ ରାଉତ, ଚୁଡାନାଥ ସରାଫ, ରଞ୍ଜନ କୁମାର ସାହୁ, ତ୍ରିବିକ୍ରମ ନାଏକ ସମେତ ବନରଖି ରାଜେଶ କୁମାର ହରିଜନ ସମେତ ସିନାପାଲି ରେଞ୍ଜ ଷ୍ଟାଫ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବିରେନ୍ଦ୍ର ମେହେରଙ୍କ ଘରେ 9 ଖଣ୍ଡ ସାଗୁଆନ ଗଣ୍ଡି କାଠ ସହିତ 28 ଖଣ୍ଡ ସାଢ଼େ 6 ଫୁଟିଆ ପଟା ଥିବା ଦେଖିବାକୁ ପାଇଥିଲେ ।
ବନବିଭାଗ ସମସ୍ତ କାଠ କୁ ଜବତ କରି ଆସାମୀ ବିରେନ୍ଦ୍ର ମେହେରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବନ ବିଭାଗ ରେଞ୍ଜର ଜଗତାନନ୍ଦ ମଙ୍ଗରାଜ ଗଣମାଧ୍ୟମରେ ଆଗରେ ପ୍ରକାଶ କରିଛନ୍ତି ।
ଓମ ପ୍ରକାଶ ଚୌଧୁରୀଙ୍କ ରିପୋର୍ଟ AKN NEWS


