ଓଡିଶା ଖବର

ପିଚୁ ପ୍ଲାଣ୍ଟରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ନଷ୍ଟ

ପିଚୁ ପ୍ଲାଣ୍ଟରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ନଷ୍ଟ
ବାଲିଗୁଡା, (ଏକେଏନ ନ୍ୟୁଜ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ଅଲାରୀଠାରେ ଥିବା ଏକ ପିଚୁ ପ୍ଲାଣ୍ଟରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଉକ୍ତ ପ୍ଲାଣ୍ଟର ମୁଖ୍ୟାଂଶ ବ୍ୟାଗରେ କାର୍ଯ୍ୟରତ ମିସ୍ତ୍ରୀ ଓ ଶ୍ରମିକମାନେ ଧୂଆଁ ବାହାରୁଥିବା ଦେଖିଥିଲେ ଏବଂ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଥମେ କ୍ରସରରୁ ବାହାରୁଥିବା ଡଷ୍ଟ ପକାଇ ଲିଭାଇବାକୁ ଉଦ୍ୟମ କରାଯାଇଥିଲା। ତେବେ ସମ୍ଭବ ହୋଇ ନ ଥିବାରୁ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ତୁରନ୍ତ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ପ୍ରାୟ ୨ ଘଣ୍ଟା ପରିଶ୍ରମ କରି ପ୍ଲାଣ୍ଟର ଭିତର ଭାଗରେ ଲାଗିଥିବା ନିଆଁକୁ ଲିଭାଇବା ସମ୍ଭବ ହୋଇଥିଲା ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡ଼ି ନଷ୍ଟ ହୋଇଯାଇଛି। ଯାହାକି ମରାମତିରେ ସମୟ ଲାଗିବ ବୋଲି ପ୍ଲାଣ୍ଟର ମାଲିକ ରବି ସୁବୁଦ୍ଧି କହିଛନ୍ତି। ତେବେ ବଡ଼ ଅଘଟଣରୁ ପ୍ଲାଣ୍ଟର ବହୁତ ଅଂଶ ସମେତ ନିକଟରେ ଥିବା ୨ଟି ପିଚୁ ଭର୍ତ୍ତି ଟ୍ୟାଙ୍କ ସୁରକ୍ଷିତ ରହିଛି। ପିଚୁ ଟ୍ୟାଙ୍କ ନିକଟରେ ଥିବାରୁ ନିଆଁ ବ୍ୟାପିଲେ ବଡ଼ ବିପଦ ସୃଷ୍ଟି ହୋଇଥାନ୍ତା ବୋଲି କୁହାଯାଇଛି। ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ପୂର୍ତ୍ତବିଭାଗର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଜୋରଦାର ଚାଲିଥିବା ବେଳେ ଏବେ ବର୍ଷା ପୂର୍ବରୁ ଠିକାସଂସ୍ଥା ପକ୍ଷରୁ ପିଚୁ ନେଇ କାର୍ଯ୍ୟ ଚାଲିଥିଲା। ଏବେ ଅଞ୍ଚଳର ଏକ ମାତ୍ର ପ୍ଲାଣ୍ଟ ପୋଡ଼ି ଅଚଳ ହେବାରୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଅନିଶ୍ଚିତତା ଦେଖାଯାଇଛି।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଏକେଏନ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!