ଅନନ୍ୟ

ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ଏସସିବି ମେଡ଼ିକାଲରେ ଭର୍ତି

କୋରାପୁଟ ୧୯/୭(AKN NEWS): କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଗ୍ରାମର ଆଦିବାସୀ ମହିଳା ରାଜ୍ୟ ଓ ରାଜ୍ୟ ବାହାର ଯାଇ ପଦ୍ମଶ୍ରୀ ପାଇ ବହୁ ଚର୍ଚ୍ଚିତ ହୋଇଥିବା କମଳା ପୂଜାରୀ ପୁଣି ଅସୁସ୍ଥ। କମଳା ପୂଜାରୀଙ୍କ ଅସୁସ୍ଥ ଅବସ୍ଥାରେ ତାଙ୍କୁ ଏକ ସତ୍ୱନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ନେଇ ଏସସିବି ମେଡ଼ିକାଲରେ ଭର୍ତି କରାଯାଇଛି। କମଳାଙ୍କୁ ଜ୍ଜର ଓ କିଡନୀ ଜନିତ ରୋଗ ଆକ୍ରାନ୍ତ ହୋଇଥିବା ନେଇ ଏସସିବି ମେଡିକାଲର ଆଇସିୟୁରେ ଭର୍ତି କରି ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି। ଏସସିବି ମେଡିକାଲ ମେଡ଼ିସିନ ବିଭାଗୀୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ନେଫ୍ରୋଲାଜି ବିଭାଗ ଓ ପାଲ୍ୟୁମନାରୀ ମେଡ଼ିସିନ ବିଭାଗର ଏକ ଚାରି ଜଣିଆ ଡାକ୍ତରୀ ଟିମ କମଳା ପୂଜାରୀଙ୍କୁ ଚିକିତ୍ସା କରୁଥିବା ସୂଚନା ମିଳିଛି।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!