ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ

କୋରାପୁଟ ୨୦/୭(AKN NEWS): ପଦ୍ମଶ୍ରୀ ପାଇ ବହୁ ଚର୍ଚ୍ଚିତ ହୋଇଥିବା କମଳା ପୂଜାରୀଙ୍କ ଦେହାନ୍ତ ହୋଇଯାଇଛି। ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବା ହେତୁ ଚଳିତ ମାସ ୧୬ ତାରିଖ ଦିନ କମଳା ପୂଜାରୀଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ଏକ ସତ୍ୱନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ନେଇ ଏସସିବି ମେଡ଼ିକାଲରେ ଭର୍ତି କରାଯାଇଥିଲା। କମଳା ପୂଜାରୀ ଜ୍ଜର ଓ କିଡନୀ ଜନିତ ରୋଗ ଆକ୍ରାନ୍ତରେ ଏସସିବି ମେଡିକାଲର ଆଇସିୟୁରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି ଭର ସକାଳ ୫ ଟା ସମୟରେ ଦେହାନ୍ତ ହୋଇଥିବା ଜଣା ପଡ଼ିଛି। କମଳାଙ୍କ ୭୬ ବୟସରେ ସେଶ ନିୱାସ ତ୍ୟାଗ କରିଥିବା ଜଣା ପଡ଼ିଛି। କମଳାଙ୍କ ଦେହାନ୍ତ ଖବର ପରେ ପାତ୍ରପୁଟ ଗ୍ରାମରେ ଶକର ଛାୟା ଖେଳି ଯାଇଛି। କମଳା ପୂଜାରୀ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଗ୍ରାମର ଆଦିବାସୀ ମହିଳା ବିଭିନ୍ନ ପ୍ରକାରର ଧାନ ବିହନ ସଂରକ୍ଷଣ କରି ୨୦୦୪ ମସିହାରେ ରାଜ୍ୟ ସରକାର ପକ୍ଷରୁ ସମ୍ମାନିତ ପଦ୍ମଶ୍ରୀ ପାଇଥିଲେ ସେହିପରି ୨୦୧୯ ରେ ମଧ୍ୟ ସେ ପଦ୍ମଶ୍ରୀ ଉପାଧି ପାଇଥିଲେ। କମଳା ପୂଜାରୀ ପ୍ରଥମ ଆଦିବାସୀ ମହିଳା ୧୦୦ ରୁ ଅଧିକ ଧାନ ବିହନ ସଂରକ୍ଷଣ କରି ବେଶ ପରିଚିତ ଭାବେ ସମ୍ମାନିତ ହୋଇ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ମଧ୍ୟ ଥିଲେ ଏବଂ ଦେଶ ବିଦେଶରେ ମଧ୍ୟ ଯାଇ ସମ୍ମାନିତ ହୋଇଥିଲେ।
ବ୍ୟୁରୋ ରିପୋର୍ଟ AKN NEWS
