ଓଡିଶା ଖବର

କର୍ଲାମୁଣ୍ଡା ଏବଂ ମଦନପୂର ରାମପୁର ବ୍ଲକ କୁ ଜଳସେଚନ ଯୋଗାଇବା ପାଇଁ ସଂସଦ ଅଧିବେଶନ ରେ ଦାବୀ କଲେ ସାଂସଦ ମଳବିକା ଦେବୀ

କଲାହାଣ୍ଡି (AKN NEWS): ସଂସଦ ଅଧିବେଶନ ରେ କଳାହାଣ୍ଡି ଜିଲ୍ଲା ମଦନପୂର ରାମପୁର ଏବଂ କର୍ଲାମୁଣ୍ଡା ବ୍ଳକ ର ଜଳସେଚନ ର ପ୍ରସଙ୍ଗ ଦାବୀ ନେଇ ନିଜର ଅଭିଭାଷଣ ରଖିବା ସହ ଦୁଇ ବ୍ଲକ କୁ ଜଳସେଚନ ର ସୁବିଧା ଯୋଗାଇବା ପାଇଁ ଦାବୀ କଲେ କଳାହାଣ୍ଡି ସାଂସଦ ମାଳବିକା ସିଂ ଦେଓ l ସଂସଦ ରେ ନିଜର ଏକ ମିନିଟ ୨୫ ସେକେଣ୍ଡ ଅଭିଭାଷଣ କହିଥିଲେ ଯେ ଧାନ ଉତ୍ପାଦନ ରାଜ୍ୟ ରେ ବରଗଡ଼ ପରେ କଳାହାଣ୍ଡି ଜିଲ୍ଲା ଅନ୍ୟତମ ତେବେ ଜିଲ୍ଲା ର ମଦନପୂର ରାମପୁର ଏବଂ କର୍ଲାମୁଣ୍ଡା ବ୍ଳକ ରେ ଚାଷ ଜମି କୁ ଜଳ ସେଚନ ପାଇଁ ଏ ପର୍ଯ୍ୟନ୍ତ କୌଣସି ଯୋଜନା କରାଯାଇନାହିଁ l

ଏପରିକି ଉକ୍ତ ଦୁଇ ବ୍ଳକ ରେ ରାହୁଲ ଏବଂ ଲେଥେର ପରି ଦୁଇ ନଦୀ ପ୍ରବାହିତ ହେଉଥିବା ବେଳେ ଜଳସେଚନ ପାଇଁ କୌଣସି ଦୃଷ୍ଟି ଦିଆ ଯାଇନାହିଁ ଫଳ ରେ ଏହି ଦୁଇ ବ୍ଲକ ର ଚାଷୀ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କରିବା ସହ କ୍ରମାଗତ ଭାବେ ମରୁଡି ର ସମ୍ମୁଖୀନ ହେଉଛନ୍ତି ଏଣୁ ଏହାକୁ ଦୃଷ୍ଟି ରେ ରଖି ସରକାର ଜଳସେଚନ ପାଇଁ ପ୍ରକଳ୍ପ ନିର୍ମାଣ ଦୃଷ୍ଟି ଦେବାକୁ କଳାହାଣ୍ଡି ସାଂସଦ ମାଳବିକା ସିଂ ଦେଓ ଗୃହ ରେ ଦାବୀ କରିଛନ୍ତି l

ଓମ ପ୍ରକାଶ ଚୌଧୁରୀଙ୍କ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!