ଓଡିଶା ଖବର

ଗୋଲାମୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷାବନ୍ଧନ ଉତ୍ସବ 

ଗୋଲାମୁଣ୍ଡା (AKN NEWS): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୋଲାମୁଣ୍ଡା ରେ ଆଜି ମହା ଆଡ଼ମ୍ବରରେ ପାଳିତ ହେଲା ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉତ୍ସବ। ବିଦ୍ୟାଳୟ ର ସମସ୍ତ ଶିଶୁ ଭାଇ ଭଉଣୀମାନେ ସକାଳୁ ଆସି ବିଦ୍ୟାଳୟ ର ସମସ୍ତ ଭାଇ ଓ ଗୁରୁଜୀ ମାନଙ୍କୁ ରାକ୍ଷୀ ବାନ୍ଧିଲେ। ବିଗତ ବର୍ଷ ପରି ଚଲିତ ବର୍ଷ ମଧ୍ୟ ଗୋଲାମୁଣ୍ଡା ଥାନା କୁ ଯାଇ ସମସ୍ତ ଆଇ.ଆର୍. ବି ଜବାନ ମାନଙ୍କୁ ରାକ୍ଷୀ ବାନ୍ଧିଲେ ଏବଂ ଗୋଲାମୁଣ୍ଡା ଦମକଳ କେନ୍ଦ୍ର କୁ ଯାଇ ସମସ୍ତ ଦମକଳ ବାହିନୀ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ ।ଏହି ଅବସରରେ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ବ୍ରହ୍ମା ପ୍ରସାଦ କାଣ୍ଡ, ଗୁରୁଜୀ ଅଶ୍ଵିନୀ ମଲ୍ଲିକ,ଭୁପେନ୍ଦ୍ର ଦେବ ସାହୁ,କୁଶ କୁମାର ରାଉତ, ପରମାନନ୍ଦ ମାଝୀ,ଗୁରୁମା ଦେବକି ନାଏକ, ମମତା ଚଲାନ,ଦିବ୍ୟାରାଣୀ ସାହୁ ଉପସ୍ଥିତ ରହି ରକ୍ଷାବନ୍ଧନ ରେ ସହଯୋଗ କରିଥିଲେ ।

dhramgarh upa khanda ru shyam sundar agrawal akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!