ଓଡିଶା ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗଙ୍କ ହସ୍ତକ୍ଷେପ ପରେ ଆସିଲା ମୃତଦେହ

(AKN NEWS): ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳର ପୁଇଁତଲା ବ୍ଲକ୍‌ର ରାକ୍ସି ମୁଣ୍ଡା ଗ୍ରାମର ଜଗନ୍ନାଥ ବାଗ କାମ ଅନ୍ୱେଷଣରେ ତାମିଲନାଡୁର ଇରୋଡ୍ ସ୍ଥିତ ଏଜିଟି ନାମକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେଠାରେ ସେ କାମ କରୁଥିବା ବେଲେ ଗୁରୁତର ଅସୁସ୍ଥ ହୋଇ ଇରୋଡ଼ ସ୍ଥିତ କେଏମ୍‌ସିଏଚ୍‌ ହସ୍ପିଟାଲରେ ଭର୍ତ୍ତି ହେଲେ, କିନ୍ତୁ ଚିକିତ୍ସାର ସମୟରେ ତାଙ୍କର ମୃତ୍ୟୁ ହେଲା । ମୃତଦେହକୁ ଗ୍ରାମକୁ ଫେରାଇବାରେ ତାଙ୍କ ପାରିବାରିକ ସମ୍ବଳ ଅଭାବ ଥିଲା, ଯାହା ଦେଖି ସେମାନେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗଙ୍କୁ ଯୋଗାଯୋଗ କରିଥିଲେ । ମନ୍ତ୍ରୀ ଏହି ଘଟଣାକୁ ଗୁରୁତ୍ୱ ସହ ନେଇ ମୃତଦେହକୁ ଗ୍ରାମକୁ ଆଣିବା ବ୍ୟବସ୍ଥା କରିଥିଲେ । ଏବେ ମୃତଦେହ ପ୍ରାପ୍ତି ହୋଇଛି ଏବଂ ପରିବାରବର୍ଗ ଏବଂ ଅଞ୍ଚଳବାସୀ ମନ୍ତ୍ରୀଙ୍କ ଏଭଳି ମହାନ କାର୍ଯ୍ୟକୁ ଦେଖି ତାଙ୍କୁ ଧନ୍ୟବାଦ ଜଣାଇଛ

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!