ସଂରକ୍ଷଣ ପ୍ରସଙ୍ଗରେ ବିଧାନସଭା ଅଚଳ, ଅପରାହ୍ନ ୪ଟା ଯାଏ ମୁଲତବୀ

ଭୁବନେଶ୍ୱର (AKN NEWS): ସଂରକ୍ଷଣ ପ୍ରସଙ୍ଗରେ ବିଧାନସଭା ଅଚଳ । ଗୃହ ହୁଲ୍ସ୍ତୁଲ୍ । ବାରମ୍ବାର ମୁଲତବୀ । ଆଜି ପଞ୍ଚମ ଦିନରେ ବି ଚାଲିପାରିଲାନି ଗୃହ । ପୁଣି ଥରେ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହୋହଲ୍ଲା । ହଟ୍ଟଗୋଳ ମଧ୍ୟରେ ଗୃହ ମୁଲତବି ଘୋଷଣା । ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଶୂନ୍ୟକାଳ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା। ସଂରକ୍ଷଣ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ଓ ବିଜେଡି ବିଧାୟକମାନେ ନାରାବାଜି କରିଛନ୍ତି। ଫଳରେ ଗୃହ କାର୍ଯ୍ୟ ଅଚଳ ହେବାରୁ ବାଚସ୍ପତି ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି।ଓବିସିଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ପାଇଁ ବିଜେଡି ଦାବି କରିଥିବା ବିଧାୟକ ଅରୁଣ ସାହୁ କହିଛନ୍ତି। ଏସସି/ଏସଟିଙ୍କୁ ୩୮.୭୫ପ୍ରତିଶତ ସଂରକ୍ଷଣ, ମେଡିକାଲ ଓ ଇଞ୍ଜିନିୟରିଂରେ ୨୦ପ୍ରତିଶତ ହେଲେ ଓବିସିଙ୍କୁ ଶୂନ୍ୟ ପ୍ରତିଶତ। ଓବିସି ପିଲାମାନଙ୍କୁ ୨୭ପ୍ରତିଶତ ନହେଲେ ବି ୧୧.୨୫ ପ୍ରତିଶତ ସଂରକ୍ଷଣ ଲାଗୁ କରନ୍ତୁ ସରକାର। କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ ପର୍ଯ୍ୟନ୍ତ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ହେବା ଜରୁରୀ।ଯେପର୍ଯ୍ୟନ୍ତ ଜାତିଭିତ୍ତିକ ଜନଗଣନା ହୋଇନି ସେପର୍ଯ୍ୟନ୍ତ ଏସମସ୍ୟା ଲାଗି ରହିବ। ସରକାର ଯାହା ସଂରକ୍ଷଣ ଦେଇଛନ୍ତି ତାହା ଯଥେଷ୍ଟ ନୁହେଁ ବୋଲି ତାରା କହିଛନ୍ତି। ସେପଟେ ବାଚସ୍ପତିଙ୍କ ପୋଡିୟମ ଉପରକୁ ବିରୋଧୀ ସଦସ୍ୟ ଚଢିବା ଘଟଣାରେ ୨ଜଣ ବିଜେଡି ସଦସ୍ୟଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଗ୍ରହଣ କରିଛନ୍ତି ବାଚସ୍ପତି। ସରକାରୀ ଦଳ ମୁଖ୍ୟ ସଚେତକ ଏହି ନିନ୍ଦା ପ୍ରସ୍ତାବ ଆଣିଛନ୍ତି।
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ AKN NEWS


