ଓଡିଶା ଖବର

ଜିଲ୍ଲାପାଳ ଙ୍କ ଜନସେବା କେନ୍ଦ୍ର ପରିଦର୍ଶନ

ପୁରୀ ୧୪/୯(AKN NEWS): ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜି ଅପରାହ୍ନ ରେ ବିଭିନ୍ନ ଜନ ସେବା ଓ ମୋ ସେବା କେନ୍ଦ୍ର ପରିଦର୍ଶନ କରିବା ସହ ସୁଭଦ୍ରା ଯୋଜନା ପଞ୍ଜିକରଣ ସମ୍ପର୍କରେ ସମୀକ୍ଷା କରିଛନ୍ତି।ଜିଲ୍ଲାପାଳ ପ୍ରଥମେ ଏସ ସି ଏସ କଲେଜ ନିକଟସ୍ଥ ଶୁଭମ କମ୍ୟୁନିକେସନ ଜନ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ରେ ପହଞ୍ଚି ଦାୟିତ୍ୱ ରେ ଥିବା ପରିଚାଳକ ଙ୍କୁ ପଞ୍ଜିକରଣ ସମ୍ପର୍କରେ ପଚାରି ବୁଝିଥିଲେ।ପ୍ରଥମେ ପ୍ରଥମେ ସର୍ବର ଡାଉନ ହେଉ ଥିବାରୁ ପଞ୍ଜିକରଣ ବିଳମ୍ବ ହେଉ ଥିବା ବେଳେ ବର୍ତ୍ତମାନ ସର୍ବର ଠିକ ଭାବେ କାର୍ଯ୍ୟ କରୁଛି, ପଞ୍ଜିକରଣ ତ୍ୱରାନ୍ୱିତ ହେଉଛି ଓ ଆବେଦନକାରୀ ଉପକୃତ ହେଉଛନ୍ତି ବୋଲି ଜନ ସେବା କେନ୍ଦ୍ର ପରିଚାଳକ ଆର୍ଯ୍ୟବ୍ରତ ବଡଜେନା କହିଥିଲେ।ଏହାପରେ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଉପସ୍ଥିତ ଆବେଦନ କାରୀ ଙ୍କ ସହ କଥା ହୋଇ ସୁବିଧା ଅସୁବିଧା ସମ୍ପର୍କରେ ବୁଝି ଥିଲେ।ସୁରୁଖୁରୁରେ କାର୍ଯ୍ୟ ହେଉଛି, ଅଙ୍ଗନବାଡି କର୍ମୀ ଓ ଜନ ସେବା କେନ୍ଦ୍ର ରେ ସହଯୋଗ ମିଳୁଛି ବୋଲି ସେମାନେ କହିବା ସହ ବିନା ଅର୍ଥରେ ସେମାନେ ସମସ୍ତ ସେବା ପାଉଥିବା ଜଣାଇଥିଲେ।ପରେ ଜିଲ୍ଲାପାଳ ଆଉ ଦୁଇ ତିନୋଟି ସେବା କେନ୍ଦ୍ର ପରିଦର୍ଶନ କରିଥିଲେ।ଜିଲ୍ଲାପାଳ ଙ୍କ ସହ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୁରୀ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ପୁରୀ ଜିଲ୍ଲାରେ ୭ ଲକ୍ଷ ୨୦ ହଜାର ଆବେଦନକାରୀ ଙ୍କୁ ଫର୍ମ ଯୋଗାଇ ଦିଆଯାଇଛି।ସେଥି ମଧ୍ୟରୁ ଆଜି ସୁଦ୍ଧା ୨୯୬୧୦୫ ଆବେଦନ କାରୀଙ୍କ ପଞ୍ଜିକରଣ ହୋଇ ସାରିଲାଣି ବୋଲି ମମତା ର ଡିପିସି ପ୍ରଣତି ମହାନ୍ତି ସୂଚନା ଦେଇଛନ୍ତି।ଆସନ୍ତା କାଲି ୧୫ ତାରିଖ ପୂର୍ବାହ୍ନ ୮ ଘଟିକା ରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ସୁଭଦ୍ରା ପଦଯାତ୍ରା ସୁଭାଷ ବୋଷ ଛକ ଠାରୁ ଟାଉନ ହଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!