ଓଡିଶା ଖବର

କ୍ଲଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ

କୁଚିଣ୍ଡା ୨୬/୯(AKN NEWS): କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ ସରକାରୀ ନୋଡାଳ ଉଚ୍ଚ ବିଦ୍ୟାଳୟ ରେ ଗୁରୁବାର ପ୍ରଧାନ ଶିକ୍ଷକ ଭବାନିଶଙ୍କର ନାୟକ ଙ୍କ ସଭାପତିତ୍ବ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭ ଉପସ୍ଥିତ ଅତିଥି ଗଣ ବିଘ୍ନନାଶକ ଗଣେଶ ଓ ବୀଣାପାଣୀ ସରସ୍ବତୀ ଙ୍କ ତୈଳଚିତ୍ର ରେ ଦୀପ ପ୍ରଜ୍ଜଳନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମ ର ଉଦଘାଟନି ଉତ୍ସବ ରେ ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ମହାପାତ୍ର ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀମାନେ ତାଙ୍କର ଲୁକ୍କାଇତ ପ୍ରତିଭା କୁ ପ୍ରକାଶିତ କରିପାରି ପାରୁଛନ୍ତି ବୋଲି ଉଦବୋଧନ ଦେଇଥିଲେ। କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ନିଳାଞ୍ଚଳ ତିୱାରୀ ମୁଖ୍ୟବ୍ୟକ୍ତା ଭାବରେ ଯୋଗ ଦେଇ ସୁରଭୀ ର ମୁଖ୍ୟ ପ୍ରସଙ୍ଗ ଲୋକକଥା ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ଏହି ଅବସର ରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ , ପୁରାତନ ଛାତ୍ର ସଂସଦ ର ସଭାପତି କୃଷ୍ଣଚନ୍ଦ୍ର ପୂଝାରୀ, ଅବସରପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ପୂରୋହିତ ଓ ସି ଆର ସି ସି ଲକ୍ଷ୍ମୀନାରାୟଣ ନାଏକ ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇଥିଲେ। ସୁରଭି କାର୍ଯ୍ୟକ୍ରମ ର ଉଦ୍ଯାପନି ଉତ୍ସବ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭବାନିଶଙ୍କର ନାୟକ ଙ୍କ ସଭାପତିତ୍ବ ଓ କୁଟୁରାଚୁଆଁ ଉଚ୍ଚତର ବିଦ୍ୟାଳୟ ର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ବ୍ୟାରୀ ଙ୍କ ମୁଖ୍ୟ ଅତିଥୀ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟ ବକ୍ତା ଓ କୃଷ୍ଣଚନ୍ଦ୍ର ପୂଝାରୀ ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରଥମ ରୁ ଦ୍ବାଦଶ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ଅଂଶଗ୍ରହଣ କରି ନୃତ୍ୟ , ସଂଙ୍ଗୀତ, ବକ୍ତୃତା,କୁଇଜ୍,ପ୍ରବନ୍ଧ, ଚିତ୍ରାଙ୍କନ ଓ ଡିବେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ପ୍ରତିଯୋଗିତା ମାନଙ୍କ ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥି ଗଣ ମାନପତ୍ର ଓ ପୁରସ୍କାର ଦେଇ ସମ୍ମାନିତ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!