ପାତ୍ରପୁଟ ଶିଶୁ ମହୋତ୍ସବ ସୁରଭି

(AKN NEWS): ପାତ୍ରପୁଟ,ତା:୨୭:୦୯:୨୦୨୪ ଆଜି ତେନ୍ତୁଳିଖୁଣ୍ଟି ବ୍ଳକ୍ ପାତ୍ରପୁଟ କ୍ଲଷ୍ଟର ଠାରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ପ୍ରତି ବର୍ଷ ଭୋଳୀ ଏହି ବର୍ଷ ମଧ୍ଯ ନାଚ ଗୀତ କଳା ସଂସ୍କୃତି ସହ ବଡ଼ ଧୁମ୍ ଧାମରେ ରଙ୍ଗା ରଙ୍ଗ ଭାବେ
ପାଳିତ ହୋଇଯାଇଛି। ଏହି ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ମୂଖ୍ୟ ବକ୍ତା ଭାବରେ ଶ୍ରୀ ,ଅଚ୍ୟୁତାନନ୍ଦ ବିଶୋୟୀ ବିଜେପି କର୍ମୀ ମୁଖ୍ୟ ଅତିଥି ବରିଷ୍ଟ ଶିକ୍ଷକ ଓ ସମାଜ ସେବି ଶ୍ରୀ , ପୀତାମ୍ବର ବିଷୋୟୀ ଏବଂ ଆବାହକ ପାତ୍ରପୁଟ କ୍ଲୋଷ୍ଟର ସିର୍ ସିଶି ଶ୍ରୀ, ରଜତ କୁମାର ନାୟକ ଉପସ୍ଥିତ ଥିବାବେଳେ ସଭାପତିତ୍ବ କରି ଥିଲେ ଇଉ. ପି. ଏସ୍. ଏମ୍ ପାତ୍ରପୁଟ୍ ଶ୍ରୀ ,କ୍ଷେତ୍ରମହନ୍ ବିଶୋଇ. ସମ୍ମାନିତ ଅତିଥି ଶ୍ରୀ ସୁନାଧର ପ୍ରଧାନୀ. ବରିଷ୍ଠ ଶିକ୍ଷକ ଶ୍ରୀ, କେ,ଦୋରିଆ ଏସ୍. ଏସ୍. ଟି ସ୍କୁଲ୍ ପାତ୍ରପୁଟ.ଶ୍ରୀ ସମ୍ବୁରୁ ନାୟକ ଯୋଗ ଦେଇଥିବାବେଳେ ପାତ୍ରପୁଟ.କ୍ଲୋଷ୍ଟର ସମସ୍ତ ଶିକ୍ଷକ ଶିକ୍ଷତ୍ରି ଓ ଛାତ୍ର ଛାତ୍ରୀଙ୍କ ଉପସ୍ଥିତ ଦେଖିବାକୁ ମିଳିଥିଲା। ସଭା ପରିଚାଳନା ଓ ଆଙ୍କରୀଙ୍ଗି କରିଥିଲେ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ହରିଜନ ପ୍ରାଥମିକ ବିଦ୍ୟାଳୟ ପିଲ୍ ବାସିନି, ପୁଣି ସମସ୍ତଙ୍କୁ ଉତ୍ସାହ ଦେଇ ରଙ୍ଗାରଙ୍ଗ ଭାବରେ ଶିଶୁ ମହା ଉତ୍ସବ ସୁରଭୀ କାର୍ଯ୍ୟକ୍ରମକୁ ଅତୀ ଧୁମଧାମ୍ ରେ ପାଳିତ ହୋଇଯାଇଛି।
ତେନ୍ତୁଳିଖୁଣ୍ଟି ବ୍ଳକ୍ ରୁ ସଞ୍ଜୀବ ଖୁରାଙ୍କ ରିପୋର୍ଟ AKN NEWS


