33 ତମ ବରିଷ୍ଠ ଜାତୀୟ ଉଷୁ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ପଦକ ଆଣିଲେ କଳାହାଣ୍ଡି ର ବିକାଶ ବାଗ

(AKN NEWS): ଭବାନୀପାଟଣା, ଗତ 21 ରୁ 26 ତାରିଖ ପର୍ଯ୍ୟନ୍ତ 33 ତମ ବରିଷ୍ଠ ଜାତୀୟ ସ୍ତରୀୟ ଉତ୍ସୁ ଚମ୍ପିୟାନସିପ ମହାରଣା ପ୍ରତାପ ଇଣ୍ଡର ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି ଜିଲ୍ଲାରୁ 2 ଖେଳାଳୀ ସହ 48 ଜଣ ଅନ୍ୟାନ୍ୟ ଜିଲ୍ଲା ରୁ ଓଡିଶା କୁ ପ୍ରତିନିଧିତ୍ୱ କରିଥିଲେ କିଷାନ ମାଝୀ ଦୁଇଟି ବାଉଟ ଜିତି 3 ନୁମ୍ବର ବାଉଟ ରେ ଉତ୍ତରାଖଣ୍ଡ ସହିତ ପରାସ୍ତ ହୋଇଥିଲେ ବିକାଶ ବାଗ ନାନକ୍ୱାନ ବିଭାଗ ରେ କାଂଶ୍ୟ ପଦକ ଜିତି ଓଡିଶା ଏବଂ କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।
କଳାହାଣ୍ଡି ଜିଲ୍ଲା ଉଷୁ ସଂଘ ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ ଏବଂ ବି. ଏମ. ହାଇସ୍କୁଲ କ୍ରୀଡ଼ା ଶିକ୍ଷକ ମୁରଲୀ ଦୀପ ସହ କ୍ରୀଡ଼ାବିତ ପଦକ ବିଜେତା ବିକାଶ ବାଗ କୁ ସମ୍ବର୍ଦ୍ଧନା କରି ଉଜ୍ୱଳ ଭଭିଷ୍ୟତର କାମନା କରିଥିଲେ କଳାହାଣ୍ଡି ଜିଲ୍ଲା ଉଷୁ ସଭାପତି ଜତୀନ୍ଦ୍ର ସାହୁ ଉପସଭାପତି ଚିଣ୍ଟୁ ପ୍ରସାଦ ନାଏକ,
ଜିଲ୍ଲା କ୍ରୀଡ଼ା ଅଧୂକାରୀ ରମେଶ ଚନ୍ଦ୍ର ପାଢ଼ୀ ଏବଂ ଭିଭିନ୍ନ କ୍ରୀଡା ମହଲ ଓ କ୍ରୀଡ଼ା ପ୍ରେମୀ ପ୍ରମୁଖ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବ୍ୟୁରୋ ରିପୋର୍ଟ AKN NEWS


