ଓଡିଶା ଖବରଜିଲ୍ଲା

ଗୋଲାମୁଣ୍ତା ସର୍ବମଙ୍ଗଳା ଡ଼ିଗ୍ରୀ ମହାବିଦ୍ଯାଳୟର ନୂତନ ଭବନ ଉଦଘାଟନ

ଗୋଲାମୁଣ୍ତା:୦୪/୧୦- କଳାହାଣ୍ତି ଜିଲ୍ଲା ଗୋଲାମୁଣ୍ତା ସ୍ଥିତ ସର୍ବମଙ୍ଗଳା ଡ଼ିଗ୍ରୀ ମହାବିଦ୍ଯାଳୟର ନୂତନ ଭବନ ଆଜି ଉଦଘାଟିତ ହୋଇଛି ା ଏହି ଉପଲକ୍ଷେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମହାବିଦ୍ଯାଳୟ ପରିଚାଳନା କମିଟିର ସଭାପତି ନବରତ୍ନ ରାଉତ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ କଳାହାଣ୍ତି ସାଂସଦ ମାଳବିକା ଦେବୀ ଓ ସମ୍ମାନିତ ଅତିଥି ଭାବରେ ଜୁନାଗଡ଼ ବିଧାୟକ ଦିବ୍ଯଶଙ୍କର ମିଶ୍ର, ପୂର୍ବତନ ସାଂସଦ ଅର୍କକେଶରୀ ଦେଓ, ପ୍ରାକ୍ତନ କଲେଜ ଅଧ୍ଯକ୍ଷା ଉଷାରାଣୀ ନାୟକ ଯୋଗ ଦେଇ ଅଂଚଳରେ ଉଚ୍ଚ ଶିକ୍ଷାର ବିକାଶ ଦିଗରେ ସର୍ବମଙ୍ଗଳା ଡ଼ିଗ୍ରୀ ମହାବିଦ୍ଯାଳୟର ଭୂମୀକା ସଦା ସ୍ମରଣୀୟ ବୋଲି କହିଥିଲେ ା ପ୍ରାରମ୍ଭରେ ଅଧ୍ଯାପକ ଗୋବିନ୍ଦ ସାହୁ ଅତିଥିଙ୍କୁ ମଂଚକୁ ଆମଂତ୍ରଣ ସହ ପରିଚୟ ପ୍ରଦାନ କରିଥିଲେ ା ଏହା ପରେ ମାଁ ସର୍ବମଙ୍ଗଳାଙ୍କ ଫଟୋଚିତ୍ରରେ ଅତିଥିମାନେ ମାଲ୍ଯାର୍ପଣ କଲା ପରେ ସଭାକାର୍ଯ୍ଯ ଆରମ୍ଭ ହୋଇଥିଲା ା ପୂଜାର୍ଚ୍ଚନା ପରେ ଅତିଥିଙ୍କ ଦ୍ୱାରା ନବନିର୍ମିତ ଭବନର ଶୁଭଉଦଘାଟନ କରାଯାଇଥିଲା ା ମହାବିଦ୍ଯାଳୟ ଅଧ୍ଯକ୍ଷ ଶରତ କୁମାର ସ୍ୱାଇଁ ସ୍ବାଗତ ବକ୍ତବ୍ଯ ପ୍ରଦାନ କରିଥିଲେ ା ଶେଷରେ ମହାବିଦ୍ଯାଳୟର ଉପାଧ୍ଯକ୍ଷ ନବୀନ ଚଂଦ୍ର ମେହେର ଧନ୍ଯବାଦ ଅର୍ପଣ କରିଥିଲେ ା କାର୍ଯ୍ଯକ୍ରମ ଗୋଲାମୁଣ୍ଡା ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶ୍ରୀ ଶ୍ରୀଧର ପଣ୍ଡା, ବ୍ଲକ ଅ ଧକ୍ଷ୍ୟ ଶ୍ରୀ ବିନ୍ଦୁ ମହାନନ୍ଦ, ତହସିଲଦାର ଶ୍ରୀ ଚନ୍ଦନ ନାୟକ ସମାଜସେବୀ ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଏବଂ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସୋଭାବର୍ଧିତ କରିବାସହ ପରିଚାଳନାରେ ମହାବିଦ୍ଯାଳୟର ସମସ୍ତ ଅଧ୍ଯାପକ, ପରିଚାଳନା କମିଟି ସଦସ୍ଯ, ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ |dhramgarh upa khanda ru shyam sundar agrawal akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!