ଓଡିଶା ଖବର

ସମରା ଗ୍ରାମର ଦୁର୍ଗାପୂଜା ଉପଲକ୍ଷେ ଅର୍କେଷ୍ଟା ରେ ଝୁମିଲେ ଦର୍ଶକ   

(AKN NEWS): ସଇଁତଲା ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କେରମେଲୀ ଗ୍ରାମ ପଂଚାୟତ ର ସମରା ଗ୍ରାମରେ ମା ଦୁର୍ଗା ଦୁର୍ଗତିନାଶିନୀ ଙ୍କ ପ୍ରତେକ ବର୍ଷ ପରି ପ୍ରତିଦିନ ସନ୍ଧ୍ୟା ସମୟ ରେ ମହାକାଳ ଘଣ୍ଟ ପାର୍ଟି ଦ୍ଵାରା ସନ୍ଧ୍ୟା ଆରତୀ ହୋଇଥାଏ l ସମରା ଗ୍ରାମରେ ପ୍ରତି ବର୍ଷ ପରି ଚଳିତ ବର୍ଷ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି l ପ୍ରଥମେ ସ୍ଥାନୀୟ ମଣ୍ଡପ ପରିସରରେ ଗ୍ରାମର ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇଥାନ୍ତି l ସେଠାରେ ମୁଖ୍ୟ ପଣ୍ଡିତ ଜୟପ୍ରକାର କର ଙ୍କ ତତ୍ତ୍ୱବଧାନରେ ପଣ୍ଡିତ ରାଜକିଶୋର ଦାସ , ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ l ଏଥିରେ ପ୍ରଭାତ ମଲ୍ଲିକ ଓ ତାଙ୍କ ପତ୍ନୀ ଜ୍ୟୋତିଶ୍ରୀ ସାହା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ଏହି ବର୍ଷ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ୨ ବର୍ଷ ପୂରଣ କରୁଥିବାରୁ ଗ୍ରାମରେ ଚଳଚଞ୍ଚଳ ହୋଇପଡିଛି l ଉକ୍ତ ସମୟରେ , ଅର୍କେଷ୍ଟା, ସାଙ୍ଗକୁ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହୋଇଥିଲା ସହଯୋଗ ରେ ରାଜା ସାହୁ, ସୁମିତ ମଲ୍ଲିକ, ସେସଦେବ ମହାପାତ୍ର, ମନୋରଞ୍ଜନ ମଲ୍ଲିକ, ପ୍ରବୀଣ ମଲ୍ଲିକ, ଭଜ ମଲ୍ଲିକ, ରୋହିତ ରଣା, ବେଳର ରଣା, ଜୟରାମ ସାହୁ, କୁନ୍ତଭାନୁ ସାହୁ, ପିତାମ୍ବର ରଣା, ସଞ୍ଜୟ ମଲ୍ଲିକ,ଙ୍କ ସମେତ ଗ୍ରାମର ମହିଳା, ପୁରୁଷ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ l

ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!