ଓଡିଶା ଖବର

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ବେକାର ଯୁବକ ଙ୍କ ଧାରଣା। ନିଯୁକ୍ତି ପାଇ ଆସିଥିବା ଯୁବତୀ ଙ୍କୁ ଫେରାଇ ଦେଲେ।

(AKN NEWS): ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ବେକାର ଯୁବକ ଙ୍କ ଧାରଣା। ନିଯୁକ୍ତି ପାଇ ଆସିଥିବା ଯୁବତୀ ଙ୍କୁ ଫେରାଇ ଦେଲେ।ବାହାର ଜିଲ୍ଲାରୁ ଆସୁଥିବା କନିଷ୍ଠ ଶିକ୍ଷକ ନିଯୁକ୍ତି ନ ଦେବାକୁ ଦାବି କରି ନବରଙ୍ଗପୁର ବ୍ଳକ

ଶରଣପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବାହାରୁ ଆସିଥିବା କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ବେକାର ଯୁବକ ମାନେ ଜଇନିଙ୍ଗ କରିବାକୁ ନ ଦେଇ ଫେରାଇ ଦେଲେ ।

ଏଠାରେ ଡାଳେଶ୍ୱର ସାନ୍ତା ସମସ୍ତ ସାଙ୍ଗ ମାନଙ୍କୁ ଖବର ଦେଇ ଶରଣପୁର ସହିତ ଆଖପାଖ ଅଞ୍ଚଳର ବେକାର ଯୁବକ ମାନଙ୍କୁ ଡାକିଥିଲେ । ସମସ୍ତେ ମିଶି ସବୁ ସ୍କୁଲ ଯାଇ ପ୍ରଧାନ ଶିକ୍ଷକ ଙ୍କୁ ଦରଖାସ୍ତ ଦେଇଥିଲେ।

ସେମାନେ ହେଲେ ରମେଶ ନାୟକ,ସାନସାନ୍ତା,ଦୁଲବ ହରିଜନ, ସୁବାଷ ବିଷୋୟୀ, ନରେନ୍ଦ୍ର ହରିଜନ ନରସିଂହ ଭତରା, ଭାସ୍କର ବାଘ, ଘନଶ୍ୟାମ ଗଣ୍ଡା,ମୁରଳି ବିଷୋୟୀ, ଦିବାକର ବିନ୍ଧାଣି, ଭାସ୍କର ଭତରା, ଅବିଭାବକ ମାନଙ୍କୁ ଜଣାଇ ଦିଆ ଯାଇଛି ଯେ ରାଜ୍ୟରେ ସରକାର ଓ ଗଣଶିକ୍ଷା ମନ୍ତ୍ରୀ ଆମର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ।

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!