ଓଡିଶା ଖବର

ପୁରୀ ରେ ପର୍ଯ୍ୟଟକ ଙ୍କ ପାଇଁ ଥିବା କଟକଣା ପ୍ରତ୍ୟାହୃତ

ପୁରୀ ୨୫/୧୦(AKN NEWS): ବାତ୍ୟା ଦାନା ପରିପ୍ରେକ୍ଷୀରେ ସୁରକ୍ଷା ଦୃଷ୍ଟିରୁ ପୁରୀ କୁ ପର୍ଯ୍ୟଟକ ମାନଙ୍କୁ ସରକାର ଓ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା।ତେବେ ବାତ୍ୟା ଲ୍ୟାଣ୍ଡ ଫଲ କରି ସାରିଥିବା ବେଳେ ପୁରୀ କୁ ଏତେ ଅଧିକ ପ୍ରଭାବିତ କରିନାହିଁ।ତେଣୁ ବର୍ତ୍ତମାନ ପର୍ଯ୍ୟଟକ ମାନଙ୍କ ପାଇଁ ଥିବା କଟକଣା କୁ ପ୍ରଶାସନ ପ୍ରତ୍ୟାହାର କରିନେଇଛନ୍ତି।କୋଣାର୍କ ସୂର୍ଯ୍ୟ ମନ୍ଦିର କୁ ମଧ୍ୟ ରହିଥିବା ଦର୍ଶନ କଟକଣା କୁ ପ୍ରତ୍ୟାହାର କରି ନିଆଯାଇଛି।ବର୍ତ୍ତମାନ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନେ ପୂର୍ବ ଭଳି ମହାପ୍ରଭୁଙ୍କ ଦର୍ଶନ,ସୂର୍ଯ୍ୟ ମନ୍ଦିର ଦର୍ଶନ କରିପାରିବେ ଓ ସମୁଦ୍ର କୂଳ ଇତ୍ୟାଦି ବୁଲି ପାରିବେ।ତେବେ ସମୁଦ୍ର ଏବେବି ଅଶାନ୍ତ ରହିଥିବାରୁ ପର୍ଯ୍ୟଟକ ମାନେ ସମୁଦ୍ର ମଧ୍ୟ କୁ ନ ଯିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ସୂଚନା ଦେଇ ଶ୍ରୀ ସ୍ବାଇଁ କହିଛନ୍ତି ଯେ ଜିଲ୍ଲାରେ ବାତ୍ୟା ର ପ୍ରଭାବ ଏତେ ବ୍ୟାପକ ହୋଇ ନାହିଁ କିମ୍ବା ଅଧିକ ବର୍ଷା ମଧ୍ୟ ହୋଇ ନାହିଁ।କିନ୍ତୁ ଆଗକୁ ବର୍ଷା ର ସୂଚନା ରହିଥିବାରୁ ଜନ ସାଧାରଣ ଓ ପର୍ଯ୍ୟଟକ ସତର୍କ ରହିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!