ଓଡିଶା ଖବର

ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥିଙ୍କ ଉଦ୍ଦେଶ୍ୟରେ ଆଜି ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ

ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥିଙ୍କ ଉଦ୍ଦେଶ୍ୟରେ ଆଜି ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଏବଂ ପୁରାତନ ଛାତ୍ର ମାନେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ବିମଳା କନଭେଣ୍ଟ ଛକ ପର୍ଯ୍ୟନ୍ତ ଯାଇଥିଲେ । ‘ସଞ୍ଜୟ ସାର୍ ଅମର ରହେ’ ଏବଂ ‘ଆପଣଙ୍କ ଅବଦାନ ଆମେ ଭୁଲିବୁ ନାହଁ’ ବୋଲି ଛାତ୍ର ଛାତ୍ରୀ ନାରା ଦେବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି। ତାଙ୍କ ବିୟୋଗ ଏ ବିଶ୍ବବିଦ୍ୟାଳୟ ଏବଂ ସାହିତ୍ୟ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ବୋଲି ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ନିବେଦିତା ନାଥ କହିଛନ୍ତି । ଏହି ଶ୍ରଦ୍ଧାଞ୍ଜଳୀ ଶୋଭାଯାତ୍ରାରେ କୁଳସଚିବ ପିତାମ୍ବର ଭୋଇ, ଉପ କୁଳସଚିବ ଜୟଦେବ ସାହୁ, ଅଧ୍ୟାପକ ଡଃ ପଲ୍ଲିଶ୍ରୀ ପଟ୍ଟନାୟକ, ଡଃ ସୁବ୍ରତ ପାଣିଗ୍ରାହୀ, ପୂର୍ବତନ ଛାତ୍ର ସଂସଦ ସଭାପତି ଅବିନାଶ ଠାକୁର, ପୁରାତନ ଛାତ୍ର ସଂଘର ମଣ୍ଟୁ ନାଏକ, ଅମିତ ଯାଦବ, ନବୀନ ନାୟକ ପ୍ରମୁଖ ଯୋଗଦେଇ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!