ଓଡିଶା ଖବର

ଖୁବଶୀଘ୍ର ପଞ୍ଚମରୁ ତୃତୀୟ ସ୍ଥାନକୁ ଉଠିବ ଭାରତ : ପିଏମ ମୋଦି

ଖୁବଶୀଘ୍ର ପଞ୍ଚମରୁ ତୃତୀୟ ସ୍ଥାନକୁ ଉଠିବ ଭାରତ : ପିଏମ ମୋଦି

ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପିଏମ ମୋଦି। ଜନତା ମୈଦାନରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏଥିସହ ସେ ଓଡ଼ିଶାର ଗୌରବମୟ ଐତିହ୍ୟ ବାଖ୍ୟା କରିବାକୁ ଭୁଲି ନାହାନ୍ତି।ସେହିପରି ମୋଦି ଜଗନ୍ନାଥ ଏବଂ ଲିଙ୍ଗରାଜଙ୍କ କ୍ଷେତ୍ରକୁ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିଛନ୍ତି । ଏଥିସହିତ ସେମାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଭାରତୀୟ ଯୁଆଡେ ଯାଆନ୍ତି ସେଠିକାର ନିୟମ ସହ ଯୋଡି ହୋଇଯାଆନ୍ତି । ଆଜି ବିଦେଶରେ ମୁଁ ଆପଣମାନଙ୍କୁ ନେଇ ଗର୍ବ ଅନୁଭବ କରେ । ଏଥିପାଇଁ ଦେଶ ସବୁବେଳେ ପ୍ରବାସୀଙ୍କ ସମୃଦ୍ଧି ଓ ସୁରକ୍ଷା ଉପରେ ଗୁରୁତ୍ବାରୋପ କରୁଛି । ପ୍ରବାସୀଙ୍କ ସମସ୍ୟା ଦୂର କରିବା ଆମ ଦାୟିତ୍ବ । ପୁର୍ବରୁ ପ୍ରବାସୀମାନେ ସାହାର୍ଯ୍ୟ ପାଇଁ ଅନୁରୋଧ କରୁଥିଲେ । ଏବେ କିନ୍ତୁ ସମୟ ବଦଳିଛି । ଆମେ ପ୍ରବାସୀଙ୍କୁ ଗୁରୁତ୍ବ ଦେଉଛୁ ବୋଲି କହିଛନ୍ତିି ମୋଦି ।

ଏଥିସହିତ ଭାରତର ଅଭିବୃଦ୍ଧି ନେଇ ମୋଦି କହିଛନ୍ତି, ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ଅଦ୍ଭୁତପୂର୍ବ । ଅର୍ଥନୀତିରେ ଦଶମ ସ୍ଥାନରୁ ଉଠି ପଞ୍ଚମ ସ୍ଥାନରେ ପହଂଚିଲାଣି ଦେଶ । ଯାହାକି ଖୁବଶୀଘ୍ର ତୃତୀୟ ସ୍ଥାନକୁ ଆଣିବାକୁ ପ୍ରୟାସ କରୁଛି ଭାରତ । ଟେକନୋଲୋଜିରେ ବି ବହୁତ ଆଗରେ ଭାରତ । ଏବେ ଭାରତ ତାର ସବୁ ଫାଇଟର ଜେଟ୍ ନିର୍ମାଣ କରୁଛି । ଆଜି ଭାରତର କଥାକୁ ସମସ୍ତେ ଶୁଣୁଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!