କେରମ ଓ ଚେସ ପ୍ରତିଯୋଗିତା ନିମନ୍ତେ କଳାହାଣ୍ଡି କେରମ ସଂଘ ର ସଭାପତି ପ୍ରଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

- (AKN NEWS): କଳାହାଣ୍ଡି ଉତ୍ସବ ଘୁମୁରା -2025 ଉପଲକ୍ଷେ ଆଜି ଅପରାହ୍ନ 4 ଘଣ୍ଟାରେ ସ୍ଥାନୀୟ ଜିଲ୍ଲା ଯୋଜନା ଓ ସମନ୍ୱୟ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ୍ୟରେ କଳାହାଣ୍ଡି କେରମ ଆସୋସିଏସନ ତରଫରୁ ଆଗାମୀ 09/01/25 ଠାରୁ 11/01/25ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ କେରମ ଓ ଚେସ ପ୍ରତିଯୋଗିତା ନିମନ୍ତେ କଳାହାଣ୍ଡି କେରମ ସଂଘ ର ସଭାପତି ପ୍ରଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି I ଏହି ସଭାରେ ସଂଘର ମୁଖ୍ୟ ଉପଦେଷ୍ଟା ଇଂ କ୍ଷୀରୋଦ ମୁଣ୍ଡ, ସମ୍ପାଦକ ପ୍ରଭାତ ବ୍ରହ୍ମI, କଳାହାଣ୍ଡି ଚେସ ସଂଘର ସଭାପତି ରବୀନ୍ଦ୍ର ସାହୁ, ସମ୍ପାଦକ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ମଧ୍ୟ ଉପସ୍ଥିତ ରହିଥିଲେ I ଉଭୟ କେରମ ଓ ଚେସ ପ୍ରତିଯୋଗିତା ସୁରୁଖୁରୁରେ ସମାପନ କରିବା ପାଇଁ ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କର ମତାମତ ନିଆଯାଇଥିଲା I
ଅନ୍ୟ ମାନଙ୍କ ମଧ୍ୟରୁ ସଞ୍ଜୟ ମିଶ୍ର, ସୁଶାନ୍ତ ପ୍ରଧାନୀ, କିଶୋର ଅଗ୍ରୱାଲ, ବିଶ୍ୱ ରଞ୍ଜନ ପଣ୍ଡା, ଶିବାନନ୍ଦ ଦାସ, ରୁନୁ ବାଗ, ସୌମ୍ୟ ରଞ୍ଜନ ତ୍ରିପାଠୀ, ବସନ୍ତ ସ୍ୱାଇଁ,ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଆଶିଷ ମିଶ୍ର, ଶଶାଙ୍କ ପାତ୍ର, ପଙ୍କଜ ନାଏକ, ସୁରେନ୍ଦ୍ର ମାଝୀ, କାଁଶିରାଜ ନାଏକ, ଦୁର୍ଗା ଦ୍ବିବେଦୀ, ରୁପମ ମାଝୀ ଏବଂ ଅନ୍ୟାନ୍ୟ ସଦସ୍ୟ ଗଣ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇ ମତାମତ ରଖିଥିଲେ I ପ୍ରତିଯୋଗିତା ପାଇଁ ବିଭିନ୍ନ କମିଟିମାନ ପ୍ରସ୍ତୁତ କରି ଦାୟିତ୍ୱ ବଣ୍ଟନ କରାଯାଇଥିଲା I
ପରିଶେଷରେ ମୁଖ୍ୟ ଉପଦେଷ୍ଟା ଇଂ ମୁଣ୍ଡ ତାଙ୍କର ଅଭିଭାଷଣ ରଖିଥିଲେ ଏବଂ ସମସ୍ତଙ୍କୁ ମାର୍ଗଦର୍ଶନ ଦେଲାପରେ ସମ୍ପାଦକ ପ୍ରଭାତ ବ୍ରହ୍ମI ବିଶେଷ କରି ଜିଲ୍ଲା ଯୋଜନା ଉପନିର୍ଦ୍ଧେଶକ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସଂକୃତି ଅଫିସର ବିବେକାନନ୍ଦ ମହାନନ୍ଦଙ୍କୁ ତଥା ଜିଲ୍ଲା ପ୍ରଶାସନଙ୍କୁ ଧନ୍ୟବାଦ ଦେବାସହ ସଂଘର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜ୍ଞ୍ୟାପନ କରିବା ସହ ଆଗାମୀ ପ୍ରତିଯୋଗିତା ପାଇଁ ସମସ୍ତଙ୍କର ସହଯୋଗ କାମନା କରି ସଭା ସାଙ୍ଗ କରିଥିଲେ I
ବ୍ୟୁରୋ ରିପୋର୍ଟ AKN NEWS


