ଓଡିଶା ଖବର

ଗୋଲାମୁଣ୍ଡା ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଅନୁଷ୍ଠିତ

ଗୋଲାମୁଣ୍ଡା,୧୯।୧୧(AKN NEWS): ଗୋଲାମୁଣ୍ଡା ବ୍ଲକ ପଞ୍ଚାୟତ ସମିତି ପଡିଆ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୫ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ତ୍ରିପୁରା ମହାନନ୍ଦ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ , ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ନିରୋଦ ଚନ୍ଦ୍ର କହଁର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ସେଠି, ସହକାରୀ ମତ୍ସ୍ୟ ଅଧିକାରୀ ବନ୍ଦନା ରାଣୀ ପଣ୍ଡା,ସାଂସଦ ଙ୍କ ପ୍ରତିନିଧି ପ୍ରସନ୍ନ କୁମାର ରାଉତ,ତହସିଲଦାର ଚନ୍ଦନ କୁମାର ନାୟକ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ମଞ୍ଜୁଲତା ବାଗ, ଗୋଲାମୁଣ୍ଡା କୃଷି ଅଧିକାରୀ ନଉକେଶ୍ୱର ନାଗ,ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ,ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନୀ ରାଉତ, ଜୋନ-୨ ଜିଲ୍ଲା ପରିଷଦ ସଭ୍ୟା ସରିତା ମାଝୀ,ଜୋନ-୩ ଜିଲ୍ଲା ପରିଷଦ ସଭ୍ୟ ଜୟସେନ ସାହୁ, ଖଲିଆପାଲି ସରପଞ୍ଚ ଜିମୂତ ବାହାନ ହରପାଳ ପ୍ରମୁଖ ଯୋଗଦେଇଥିଲେ। ନୂତନ ପୋଖରୀ ଖନନ,ମତ୍ସ୍ୟ ଚାଷ, ଗୋପାଳନ, କୁକୁଡ଼ା ସାଙ୍ଗକୁ ପ୍ରାଣୀ ଓ

ମତ୍ସ୍ୟ ଚାଷ ଆଦି ବିଭାଗ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ଏ ନେଇ ବ୍ଲକ ର ପ୍ରାଣୀ ଓ ମତ୍ସ୍ୟ ଚାଷୀଙ୍କ ପାଇଁ ବିଭିନ୍ନ ଷ୍ଟଲର ମଧ୍ୟ ବ୍ୟବସ୍ଥା ହୋଇଥିଲା। ଏପରିକି ଚାଷୀ ବୈଜ୍ଞାନିକ ଆଲୋଚନା ଚକ୍ର ମାଧ୍ୟମରେ ଚାଷୀ ଙ୍କ ବିଭିନ୍ନ ସମସ୍ୟା ଦୂରୀଭୂତ କରିବା ସହିତ ସରକାରୀ ଯୋଜନା ଗୁଡିକର ସଠିକ ରୂପାୟନ ହେବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ତରଫରୁ ଅନୁମୋଦିତ ମତ୍ସ୍ୟ ଓ ପ୍ରାଣୀ ବିଭାଗର ସବୁତକ ଯୋଜନା ର ଲାଭ ଉଠାଇବା ପାଇଁ ଚାଷୀ ମାନଙ୍କୁ ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତର ଲୋକପ୍ରତିନିଧି ଏବଂ ବ୍ଲକ ର କୋଣ ଅନୁକୋଣ ର ମତ୍ସ୍ୟ ଓ ପ୍ରାଣୀ ଚାଷୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ବ୍ଲକ ର ସଫଳ ଚାଷୀ ଭାବେ ୮ଜଣ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସଭାକୁ ଚିଚିଆ ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହ ଅଧିକାରୀ ବିଶ୍ୱ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। Dharamgarh upa khanda ru Shyam Sundar Agrawal akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!