ବାର୍ଷିୟାନ ଲୋକପ୍ରିୟ ଓଲିଉଡ଼ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅମର ଆତ୍ମାର ସତଗତି କାମନା କରି କ୍ୟାଣ୍ଡେଲ ଶୋଭା ଯାତ୍ରା।

ଦାରିଙ୍ଗବାଡ଼ି, ୧୮/୧୧: (AKN News): ଲୋକପ୍ରିୟ ଓଲିଉଡ଼ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅମର ଆତ୍ମାର ସତଗତି କାମନା କରି ଦାରିଙ୍ଗବାଡ଼ି ଅଞ୍ଚଳବାସୀଙ୍କ ପକ୍ଷରୁ କ୍ୟାଣ୍ଡେଲ ଶୋଭା ଯାତ୍ରା ହୋଇଯାଇଛି । ଦାରିଙ୍ଗବାଡ଼ି ପଥ ପ୍ରାନ୍ତଃ ସୁବିଧା କେନ୍ଦ୍ରରୁ ସମସ୍ତେ ଗୋଟିଏ ଗୋଟିଏ କ୍ୟାଣ୍ଡେଲ ଜଳାଇ ଶୋଭା ଯାତ୍ରାରେ ବାହାରି ହ୍ୟୁମାନ ସାଗର ଅମର ରହେ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ । ଏଥିରେ ଯୁବ ସମାଜସେବୀ ଅକ୍ଷୟ ପରିଚ୍ଛା ଙ୍କ ନେତୃତ୍ୱରେ ଦୁର୍ଯ୍ୟୋଧନ ନାୟକ , ବରିଷ୍ଠ ନେତା କାଳୀ ପ୍ରସାଦ ମଲ୍ଲିକ, ବିନୋଦ ନାୟକ, ସାଗର ବଳିଆରସିଂ, ତିଆଡ଼ି ନାୟକ, ଜିତୁ ନାୟକ, ଉପେନ୍ଦ୍ର ନାୟକ, ପଙ୍କଜ ମଲ୍ଲିକ, ହିମାଂଶୁ ନାୟକ, ସରିଫ ନାୟକ, ଯୁଲିଆ ନାୟକ ପ୍ରମୁଖଙ୍କ ସହିତ ଶତାଧିକ ଅଞ୍ଚଳବାସୀ ଉକ୍ତ କ୍ୟାଣ୍ଡେଲ ସଭା ଯାତ୍ରାରେ ସାମିଲ ହୋଇଥିଲେ।
ହ୍ୟୁମାନ ସାଗର କିଛି ଦିନ ହେବ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲେ। ସେ ଲିଭର୍ ଏବଂ କିଡନୀ ଜନିତ ଗୁରୁତର ରୋଗ ସହ ନିମୋନିଆ, ହେପାଟୋପାଥି, ଶ୍ୱାସକ୍ରିୟା ଜନିତ ଅସୁବିଧା ଏବଂ ଅନ୍ୟାନ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା ଏବଂ ସେ ଭେଣ୍ଟିଲେଟର୍ରେ ଥିଲେ।
ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମରେ ସମସ୍ତ ପ୍ରକାର ଗୀତ ଗାଇ ସେ ବେଶ୍ ପରିଚିତ ଥିଲେ। ଏଥି ସହିତ ବିଭିନ୍ନ ଧର୍ମର ଭକ୍ତିପୂର୍ଣ୍ଣ ସଙ୍ଗୀତ ଗାଇଛନ୍ତି ସେ। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।
ଦାରିଙ୍ଗବାଡି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News ।


