ଓଡିଶା ଖବର

ନୂଆ -ଓ ଛାତ୍ରବୃତ୍ତିକୁ ପୁଣିଥରେ ଆରମ୍ଭ କରିବା ଦାବି ରଖି ଆଜି ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଗଠନ, କଳାହାଣ୍ଡି ଛାତ୍ର ସଂଘ ଏବଂ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଅନୁବନ୍ଧିତ କଲେଜର ସମସ୍ତ ଛାତ୍ରଛାତ୍ରୀ କଲେଜ ମୁଖ୍ୟ ଫାଟକ ବନ୍ଦ କରି ଧାରଣାରେ ବସିଥିଲେ।

(AKN NEWS):ନୂଆ -ଓ ଛାତ୍ରବୃତ୍ତିକୁ ପୁଣିଥରେ ଆରମ୍ଭ କରିବା ଦାବି ରଖି ଆଜି ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଗଠନ, କଳାହାଣ୍ଡି ଛାତ୍ର ସଂଘ ଏବଂ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଅନୁବନ୍ଧିତ କଲେଜର ସମସ୍ତ ଛାତ୍ରଛାତ୍ରୀ କଲେଜ ମୁଖ୍ୟ ଫାଟକ ବନ୍ଦ କରି ଧାରଣାରେ ବସିଥିଲେ। ପୂର୍ବ ସରକାର ସମୟରେ ଓଡ଼ିଶାରେ ଉଚ୍ଚଶିକ୍ଷା ରୁପାନ୍ତରଣ, ମାନବୃଦ୍ଧି ଓ ଛାତ୍ରଛାତ୍ରୀ ମାନଙ୍କ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ “ନୂଆ -ଓ ଛାତ୍ରବୃତ୍ତି” ଆରମ୍ଭ କରିଥିଲେ। ଏହି ଯୋଜନାରେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ସମସ୍ତ ସରକାରୀ କଲେଜ, ଅନୁଦାନ ପ୍ରାପ୍ତ କଲେଜ ଏବଂ ବିଶେଷ କରି ସାମ୍ସ (SAMS) ପୋର୍ଟାଲ ମାଧ୍ୟମରେ ପ୍ରବେଶ ନେଇଥିବା ବେସରକାରୀ କଲେଜ ମାନଙ୍କ ସ୍ନାତକ ଓ ସ୍ନାତକୋତ୍ତର ପଢ଼ୁଥିବା ଛାତ୍ର ଛାତ୍ରୀ ମାନେ ଏହି ଯୋଜନାରେ ଛାତ୍ର ବୃତ୍ତି ପାଉଥିଲେ। ଏହି ଯୋଜନାରେ ଓଡ଼ିଶାର ୫ଲକ୍ଷ ୮୦ ହଜାର ଛାତ୍ର ଛାତ୍ରୀ ନୂଆ- ଓ ସ୍କୋଲାର୍ସିପ ଜରିଆରେ ଆର୍ଥିକ ସହାୟତା ପାଉଥିଲେ। ଛାତ୍ର ମାନେ ୧୦ହଜାର ଏବଂ ଛାତ୍ରୀ ମାନେ ୧୧ ହଜାର ପାଉଥିଲେ । ଗରୀବ ଓ ମଧ୍ୟବିତ୍ତ ପରିବାରର ଛାତ୍ର-ଛାତ୍ରୀ ଅନେକାଂଶରେ ଏଥିରେ ଉପକୃତ ହୋଇପାରୁଥିଲେ । ଏଣୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୁଳପତିଙ୍କ ଜରିଆରେ ଏକ ଦାବିପତ୍ର ଛାତ୍ର ଛାତ୍ରୀ ଦ୍ବାରା ପ୍ରଦାନ କରାଯାଇଥିଲା । ଦାବିପତ୍ର ରେ ଉଚ୍ଚ ଶିକ୍ଷା କ୍ଷେତ୍ରକୁ ଆହୁରି ସଶକ୍ତ କରିବା ପାଇଁ ନୂଆ-ଓ ଛାତ୍ର ବୃତ୍ତି କିମ୍ଵା ନୂତନ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଆମେ ଦାବି କରାଯାଇଛି । ଏହା ସହିତ ଉଚ୍ଚ ଶିକ୍ଷାରେ ଉତ୍କର୍ଷ ଓ ଗୁଣବତ୍ତାର ‌ଅଭିବୃଦ୍ଧି ନିମନ୍ତେ ସରକାର ଯଦି ଛାତ୍ର ବୃତ୍ତି ଦେବା ପାଇଁ ପୁନଃ ନିଷ୍ପତ୍ତି ନେବେ, ତାହେଲେ ଛାତ୍ର ଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଆର୍ଥିକ ପ୍ରତିବନ୍ଧକକୁ ଅନେକାଂଶରେ ଏଡାଇବାରେ ସରକାର ସକ୍ଷମ ହୋଇପାରିବେ ବୋଲି ଛାତ୍ର ନେତା ମାନେ କହିଛନ୍ତି । ଯଦି ଦାବୀ ଏକ ମାସ ଭିତରେ ପୂରଣ ନହେଲେ ଆଗାମୀ ଦିନରେ ଆମରଣ ଅନଶନ କରିବା ପାଇଁ ବାଧ୍ୟ ହେବେ ବୋଲି ଛାତ୍ର ଛାତ୍ରୀ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ର ନେତା ଉମାକାନ୍ତ ନିଆଲ, ପୂର୍ବତନ ଛାତ୍ର ସଂସଦ ସଭାପତି ଅଜିତ ସାହୁ, ଚୈତନ୍ୟ ବାଗ, ଲିଙ୍କନ ବାଗ, ଆଶୁତୋଷ ପୁଜାରୀ , ମାନସ ରଞ୍ଜନ ସିନ୍ଦୂର, ସୌରଭ ମିଶ୍ର, ଲକ୍ଷ୍ମୀ କାନ୍ତ ସରାଫ, ଅଭିନବ ପଟ୍ଟନାୟକ, ଲୋକେଶ ବିଶି, ଆକାଶ ପଟ୍ଟନାୟକ, ରୋହନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!