ଭବାନୀପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଠାରେ ହନର ରୋଲ୍ ୨୦୨୫ କାର୍ଯ୍ୟକ୍ରମ ଉତ୍ସବମୟ ମାହୋଲରେ ଅନୁଷ୍ଠିତ

ଭବାନିପାଟଣା(AKN NEWS):ଆଜି ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ଉଦ୍ୟମରେ ହନର ରୋଲ୍ ୨୦୨୫ କାର୍ଯ୍ୟକ୍ରମ ଉତ୍ସବମୟ ଭାବେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭ ଉପାଧ୍ୟକ୍ଷ ନାରାୟଣ ମହାନ୍ତିଙ୍କ ଆତିଥ୍ୟ ସ୍ୱୀକାର ଉଦ୍ବୋଧନ ସହ କରାଯାଇଥିଲା। ଏହାପରେ ଏକ ମନୋହର ଉଦ୍ଘାଟନୀ ସଙ୍ଗୀତ ପ୍ରସ୍ତୁତ ହୋଇଥିଲା। ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ତାଙ୍କ ଉଦ୍ବୋଧନରେ ଜଣାଇଥିଲେ ଯେ,ତାଙ୍କ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ୯୦% ରୁ ଅଧିକ ମାର୍କ ଅର୍ଜନ କରିଛନ୍ତି। ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଯୁବରାଜ ନାଏକ ମଧ୍ୟ ତାଙ୍କ ବିଦ୍ୟାଳୟର ଶିକ୍ଷାଗତ କ୍ଷେତ୍ରର ସଫଳତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ବିକାଶ ଇନଷ୍ଟିଚ୍ୟୁଟ ଅଫ ଆଇ.ଟି.ଏଣ୍ଡ୍ ମ୍ୟାନେଜ୍ମେଣ୍ଟ୍ ଅଧ୍ୟକ୍ଷ ଡ଼.ସୁଦିପ୍ତ ଜାନା ତାଙ୍କ ଅଭିଭାଷଣରେ କହିଥିଲେ ଯେ, ମହାବିଦ୍ୟାଳୟର ୨ ଜଣ ଛାତ୍ରୀ ବିଶ୍ୱବିଦ୍ୟାଳୟ ଟପର୍ ଭାବେ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ବିଜ୍ଞାନ ବିଭାଗରେ ୯୦% ରୁ ଅଧିକ ଅଙ୍କ ରଖି ଶିକ୍ଷାରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ଏହି ଅବସରରେ ତିନୋଟି ନୂତନ ପୁସ୍ତକ ପ୍ରକାଶନ ମଧ୍ୟ ହୋଇଥିଲା, ଯାହା ଦ୍ୱାରା ସଂସ୍ଥାର ଶିକ୍ଷା ଓ ଗବେଷଣା ମାନକୁ ଏକ ନୂଆ ମାପଦଣ୍ଡ ଦିଆଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ
ଇନଷ୍ଟିଚ୍ୟୁସନ୍ ର ଚେୟାରମ୍ୟାନ୍ ଡ଼.ନାଗେଶ୍ୱର ରାଓ ସେ ଶ୍ରେଷ୍ଠ ଶିକ୍ଷା ସାଧନ କରୁଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବୈଶିଷ୍ଟ୍ୟ ଥିଲା ଯେ,ଏସ.ଏସ.ସି.,ଇଣ୍ଟରମିଡିଏଟ୍,ସି.ଏଚ.ଏସ.ସି ଓ ଡିଗ୍ରୀ ସ୍ତରରେ ୯୦% ରୁ ଅଧିକ ଅଙ୍କ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା। ଏହା ଦ୍ୱାରା ସେମାନଙ୍କ ଦୃଢ଼ ପରିଶ୍ରମ ଓ ନିଷ୍ଠାକୁ ସମ୍ମାନ ଦିଆଯାଇଛି। କାର୍ଯ୍ୟକ୍ରମର ଶେଷରେ ବିକାଶ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ଼. ଆଦିତ୍ୟ ପଟ୍ଟନାୟକ ଉପସ୍ଥିତ ଥିବା ସମସ୍ତ ଅଭିଭାବକ,ଛାତ୍ରଛାତ୍ରୀ ଓ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରିଥିଲେ। ଏହି ସମାରୋହରେ ଲକ୍ଷ୍ମୀ ବିକାଶ ଅନୁଷ୍ଠାନର ନିର୍ଦ୍ଦେଶକ ଡ଼. ଶ୍ୟାମ,ଅନ୍ୟତମ ନିର୍ଦ୍ଦେଶକ ଡ଼. ରାମ କୁମାର,ଶିକ୍ଷା ପ୍ରଭାରୀ ଡ଼. ବିଜୟା,ପରିଚାଳନା କମିଟି ସଦସ୍ୟା ଡ଼. ପଦ୍ମିନୀ,ସାଧାରଣ ପରିଚାଳକ ଗୁପ୍ତେଶ୍ୱର ଖୁଣ୍ଟିଆ ଓ ଅନ୍ୟାନ୍ୟ ଗରିମାମୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


